ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ଯାନ

1 min read

ନନ୍ଦିଘୋଷ ବ୍ୟୁରୋ: ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି । ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି  । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି । ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ । ଆସନ୍ତା ବର୍ଷ ଆରମ୍ଭରେ ଚନ୍ଦ୍ରରେ ଅବତରଣର ସମୟ ଧାର୍ଯ୍ୟ କରାଯାଇଛି ।