spot_img

Latest Posts

ଏହି ଦେଶରେ ବିବାହ କଲେ ସରକାର ଦେବେ ୪ ଲକ୍ଷ ଟଙ୍କା, ରହିଛି ଏହି ସବୁ ନିୟମ

ବିବାହ କଲେ ମିଳିବ ଟଙ୍କା । ହଜାରେ କି ଦୁଇ ହଜାର ନୁହେଁ ମିଳିବ ୪ ଲକ୍ଷ ଟଙ୍କା । ଏହା ଆମେ କହୁନୁ…  ଏମିତି ଏକ ଦେଶ ରହିଛି ୧ଯେଉଁଠି ଆପଣ ବିବାହ କଲେ ସରକାରଙ୍କ ତରଫରୁ ମିଳିବ ୪.୨୦ ଲକ୍ଷ ଟଙ୍କା । ଆପଣଙ୍କ ପ୍ରାରମ୍ଭିକ ବୈବାହିକ ଜୀବନ କିପରି ସୁଖରେ କଟିବା ତାହା ନଜରରେ ରଖି ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଏହି ସ୍କିମ ଅନୁଯାୟୀ ପ୍ରଥମେ ଆପଣ ବିବାହ ପାଇଁ ନାମ ପଞ୍ଜୀକରଣ କରିବେ ଏବଂ ପରେ  ନିଜ ଯୋଗ୍ୟତା ହିସାବରେ ଟଙ୍କା ନେବାର ସୁବିଧା ରହିଛି ।

ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ, କେଉଁ ଦେଶରେ ଏହି ସ୍କିମକୁ ଲାଗୁ କରାଯାଉଛି । ଜଣାଇ ରଖୁଛୁ ଯେ, ଜାପାନ ସରକାର ଏଭଳି ଏକ ସ୍କିମ ପ୍ରସ୍ତୁତ କରିଛନ୍ତି । ଜାପାନ ଦେଶରେ ଜନ୍ମ ହାର ଖୁବ ଚିନ୍ତାଜନକ ସ୍ଥିତିରେ ରହିଛି । ତେଣୁ ଅର୍ଥ ଅଭାବରୁ ବିବାହ କରିବାରୁ ବଞ୍ଚିତ ହେଉଥିବ ଲୋକମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଜାପାନ ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଏଠାରେ ନବବିବାହିତଙ୍କୁ ନିଜର ସୁଖଦ ଦାମ୍ପତ୍ୟ ଜୀବନ ପାଇଁ ସରକାର ପ୍ରାୟ ୪.୨୦ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଜାପାନର ନବବିବାହିତ ସହାୟକ କାର୍ଯ୍ୟକ୍ରମରେ ଶାମିଲ ହେବାକୁ ପଡ଼ିବ । ଜଣାଇ ରଖୁଛୁ ଯେ, ଏହି ସହାୟକ ସ୍କିମ ଆସନ୍ତା ବର୍ଷ ଅପ୍ରେଲ ମାସରୁ ଆରମ୍ଭ ହେବାକୁ ଯାଉଛି ।

ଲୋକମାନେ ବିଳମ୍ବରେ ବିବାହ କଲେ ବା ଅବିବାହିତ ରହିଲେ ଦେଶର ଜନ୍ମ ହାର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଏହାକୁ ଠିକ୍ କରିବା ପାଇଁ ସରକାର ଏହି ସ୍କିମ ନେଇ ଆସିଛନ୍ତି । ଜାପାନର ମନ୍ତ୍ରୀମଣ୍ଡଳ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ‘ଦେଶରେ ବିବାହ ସଂଖ୍ୟା ବଢ଼ାଇବା ପାଇଁ ସରକାର ଏହି ସ୍କିମ ପ୍ରସ୍ତୁତ କରିଛନ୍ତି । ଅଧିକରୁ ଅଧିକ ଯୋଡ଼ି ମାନଙ୍କୁ ଏହି ଆର୍ଥିକ ସହୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।’

ଏହି ସ୍କିମ ମୁତାବକ ବିବାହ କରୁଥିବା ସ୍ୱାମୀ ସ୍ତ୍ରୀଙ୍କ ବୟସ ୪୦ ବର୍ଷରୁ କମ ହୋଇଥିବା ଦରକାର ଏବଂ ଯଦି ଆପଣଙ୍କ ବାର୍ଷିକ ଆୟ ୩୮ ଲକ୍ଷ ଟଙ୍କାରୁ କମ୍ ରହିଛି ତେବେ ହିଁ ଆପଣ ଏହି ସହାୟତା କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇପାରିବେ । ଯେଉଁମାନଙ୍କ ବୟସ ୩୫ ବର୍ଷ ସେମାନଙ୍କ ପାଇଁ ନିୟମ ସାମାନ୍ୟ ଅଲଗା ରହିଛି । ଏମାନଙ୍କ ଆୟ ଯଦି ୩୩ ଲକ୍ଷ ଟଙ୍କା ଅଟେ ତେବେ ତାଙ୍କୁ ପ୍ରାୟ ୨.୧ ଲକ୍ଷ ଟଙ୍କା ଦିଆଯିବ ।

ସ୍ୱଭାବିକତା ଠାରୁ କମ ଜନ୍ମହାର ଜାପାନ ପାଇଁ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି । ସାଧାରଣତଃ ବିଗତ ଦିନରେ ଦେଶରେ ପ୍ରତି ମହିଳା ପିଛା ଶିଶୁ ଜନ୍ମ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୨୦୧୯ ପୂର୍ବରୁ ଏହା ୨.୦ ରହିଥିବାବେଳେ ଏବେ ଏହି ସଂଖ୍ୟା ୧.୩୬ରେ ପହଞ୍ଚିଛି । ଏଭଳି ହେବା ଦ୍ୱାରା ଜାପାନ ଭଳି ଏକ ଅତ୍ୟାଧିନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଦେଶର ମାନବ ସମ୍ବଳ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି । ୨୦୧୯ରେ ୮୬୫୦୦୦ ଶିଶୁ ଜନ୍ମ ହୋଇଛନ୍ତି ଯାହା ରେକର୍ଡ ମୁତାବକ ଖୁବ କମ ଅଟେ ।

ନ୍ୟାସନାଲ ଇଷ୍ଟିଟ୍ୟୁଟ ଅଫ୍ ପପୁଲେଶନ ଏବଂ ସୋସାଇଟି ସିକ୍ୟୁରିଟି ରିସର୍ଚ୍ଚର ଏକ ସର୍ଭେ ମୁତାବକ ୨୦୧୫ ମସିହାରେ ୨୯.୧ ପ୍ରତିଶତ ପୁରୁଷ ଏବଂ ୧୭.୮ ପ୍ରତିଶତ ମହିଳା ଯେଉଁ ମାନଙ୍କ ବୟସ ୨୫ରୁ ୩୪ ରହିଛି, ସେମାନେ ଅର୍ଥ ଅଭାବରୁ ବିବାହ କରିବାରୁ ବଞ୍ଚିତ ହେଉଛନ୍ତି ।

Latest Posts

Don't Miss