ଜାପାନରେ ବଡ଼ ଧରଣର ଭୂକମ୍ପ ପରେ ସୁନାମି ଆଲର୍ଟ ଜାରି

1 min read

ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ଏହି ଭୂ-କମ୍ପରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ଏଥିରେ ୯୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହାସହ ଅନେକ ଘରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ବୁଧବାର ଦିନ ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ରହିଥିବା ଆକଳନ କରାଯାଇଛି ।

ଏହାର କେନ୍ଦ୍ର ସ୍ଥଳି ଟୋକିଓରୁ ୨୯୭ କିଲୋମିଟର ଦୂର ଉତ୍ତରପଶ୍ଚିମ ଦିଗରେ ବୋଲି କୁହାଯାଇଛି । ତେବେ ଏହାର ଗଭୀରତା ସମୁଦ୍ର ମଧ୍ୟରେ ୬୦ କିଲୋମିଟର ଗଭୀରରେ ଥିଲା । ତେଣୁ ତଟିୟ ଅଞ୍ଚଳରୁ ଲୋକଙ୍କୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୂକମ୍ପ ଝଟକା ପରେ ଜପାନର ଉତ୍ତରପୂର୍ବ ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଛି । ବିଶେଷକରି ସମୁଦ୍ରରେ ୧ ମିଟର ଉଚ୍ଚ ଜଜୁଆର ଆସିବା ନେଇ ସତର୍କ କରାଯାଇଛି । କିଛି ଅଞ୍ଚଳରେ ସ୍ୱଭାବିକଠାରୁ ୩୦ ସେମି ଉଚ୍ଚ ଜୁଆର ମାଡ଼ି ଆସିଥିବା ଆକଳନ କରାଯାଇଛି । ତେବେ ରାଜଧାନୀ ଟୋକିଓ ଅନ୍ଧାର ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ପ୍ରାୟ ୨୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି ।