spot_img

Latest Posts

ମାର୍ଚ୍ଚ ୧୧ରେ ରିଲିଜ ହେବାକୁ ଯାଉଛି ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ଭୂତ ଚଳଚିତ୍ର ‘ରୁହି’

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୧୧ରେ ଭୂତଙ୍କ ବିବାହରେ ସାମିଲ ହେବେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର । ସେ ଏକା ନୁହେଁ ରାଜକୁମାର ରାଓ ମଧ୍ୟ ତାଙ୍କ ସହ ସାମିଲ ରହିବେ  । ତେବେ ଏହା ଅସଲ ଜୀବନରେ ନୁହେଁ, ‌ଉଭୟଙ୍କର ଆଗାମୀ ଚଳଚ୍ଚିତ୍ର ‘ରୁହି’ରେ ଉଭୟଙ୍କୁ ଭୂତଙ୍କ ବିବା‌ହରେ ସାମିଲ ହେଉଥିବା ଦେଖିବାକୁ ମିଳିବ।

 

ରାଜକୁମାର ଓ ଜାହ୍ନବୀଙ୍କ ହରର୍‌ କମେଡି ଫିଲ୍ମ ‘ରୁହି’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏବେ ସାମ୍ନାକୁ ଆସିଛି । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ଚଳଚ୍ଚିତ୍ରଟି ପରଦାକୁ ଆସିବ। ଏନେଇ ଜାହ୍ନବୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିସହ ଚଳଚ୍ଚିତ୍ରର ଏକ ଟିଜର୍‌କୁ ମଧ୍ୟ ରିଲିଜ୍‌ କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ,‘ଭୂତଙ୍କ ବିବାହରେ ଆପଣଙ୍କୁ ସ୍ୱାଗତ।’

ଏହି ଚଳଚ୍ଚିତ୍ରର ନିର୍ମାଣ ଜିଓ ଷ୍ଟୁଡିଓଜ୍ ଓ ଦୀନେଶ ଭିଜନଙ୍କ କମ୍ପାନି ମେଡକ୍‌ ଫିଲ୍ମସ୍‌ ଓ ମୃଗଦୀପ ସିଂହ ଲାମ୍ବା କରିଛନ୍ତି। ଦୀନେଶ ଭିଜନ ପୂର୍ବରୁ ‘ସ୍ତ୍ରୀ’ ଭଳି ହରର୍‌ କମେଡି ଚଳଚ୍ଚିତ୍ର ନିର୍ମାଣ କରିସାରିଛି। ଏହି ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ ହେବ। ୨୦୧୯ରେ ଏହି ଫିଲ୍ମକୁ ନେଇ ଘୋଷଣା ହୋଇଥିଲା। ଗତ ବର୍ଷ ଜୁନ ମାସରେ ଫିଲ୍ମଟି ପରଦାକୁ ଆସିଥା’ନ୍ତା କିନ୍ତୁ କରୋନା ମହାମାରୀ ଯୋଗୁଁ ଏଥିରେ ରୋକ ଲାଗିଥିଲା।

Latest Posts

Don't Miss