ମୃତ୍ୟୁକୁ ଠିକ୍ ୨ ମାସ, ଘୋଷଣା ହେଲା ଉପ-ନିର୍ବାଚନ ତାରିଖ
1 min readନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୨୯ । ସେଦିନ ଥିଲା ନବ ଦାସଙ୍କ ପାଇଁ କାଳ ସମୟ । ଲୋକଙ୍କ ସହ ମିଶୁଥିଲେ ଲୋକଙ୍କ ନେତା । କିନ୍ତୁ ନିଜ ରକ୍ଷାକାରୀ ସାଜିଲା ହତ୍ୟାକାରୀ । ଆଉ ଆଜି ସମାନ ତାରିଖ । ମୃତ୍ୟୁକୁ ବିତିଛି ଠିକ ୨ ମାସ । ଆଜିର ଦିନରେ ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ଉପ-ନିର୍ବାଚନ ତାରିଖ । ମେ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ମେ ୧୩ରେ ହେହ ଭୋଟ ଗଣତି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ।
ସେପଟେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ନବଦାସଙ୍କ ଝିଅ ଦିପାଳୀ ଦାସ । ସେ କହିଛନ୍ତି, ଆଜି ଦିନ ଆମ ପରିବାର ପାଇଁ ସ୍ୱତନ୍ତ୍ର । ଆଜିର ଦିନରେ ଆଖି ବୁଜିଥିଲେ ପିତା । ଆଉ ଆଜିର ଦିନରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଝାରସୁଗୁଡା ପାଇଁ ସ୍ୱର୍ଗତ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ । ଝାରସୁଗୁଡାବାସୀଙ୍କ ପାଇଁ ଅହରହ ସ୍ୱପ୍ନ ଦେଖୁଥିଲେ, ସାଥିରେ ଥିଲେ । ତେଣୁ ଆଗାମୀ ଦିନରେ ଯିଏ ବି ଝାରସୁଗୁଡା ପାଇଁ ବିଜୁ ଜନତା ଦଳ ରତଫରୁ ପ୍ରାର୍ଥୀ ହେବ, ସେ କାମ କରିବ ।
ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନିଷ୍ପତ୍ତି ନେବେ । ଆମେ ଲୋକଙ୍କ ସହ ଅଛୁ, ଲୋକଙ୍କ ପାଇଁ କାମ କରିବୁ । ଯାହାକୁ ଦଳ ବିଚାର କରିବୁ ସେ ବିଜୟୀ ହେବା ନିଶ୍ଚିତ । ଝାରସୁଗୁଡାବାସୀଙ୍କ ଭଲପାଇବା, ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ତାଙ୍କ ପରିବାର ଉପରେ ଥିବା କହିଛନ୍ତି ଦିପାଳୀ ଦାସ । ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ନିର୍ବାଚନ ମଣ୍ଡଳୀ । ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍କଣ୍ଠା ।