ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା; ଯୋଗ ଦେଲେ ହଜାର ହଜାର ମହିଳା, ଯୁବ ଛାତ୍ର, ନେତା ଓ କର୍ମୀ

ଭୁବନେଶ୍ୱର:  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୨୮ ନମ୍ବର ୱାର୍ଡରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ଜନସମ୍ପର୍କ ପଦଯାତ୍ରା ଘରେ ଘରେ ବିକାଶର ବାର୍ତ୍ତା ପହଂଚାଇବାକୁ ପ୍ରୟାସ କରାଯାଉଛି । ହଜାର ହଜାର ମହିଳା, ଯୁବ ଛାତ୍ର ବିଜେଡିର ନେତା ଓ କର୍ମୀ ଯୋଗ ଦେଇ ନବୀନ ପଟନାୟକଙ୍କ ବିକାଶର ବାର୍ତ୍ତା ବଣ୍ଟିଥିଲେ ।

ପଦଯାତ୍ରାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ନେତା ସାହେବ ପତି, କର୍ପୋରେଟର ଭରତ ଲେଙ୍କା, ମଞ୍ଜୁଲତା ରାୟ, ବିଜେଡି ନେତା ଅଜୟ ଲେଙ୍କା, ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ପ୍ରମୁଖ ସାମିଲ ହୋଇଥିଲେ।