ଷଣ୍ଢ ପାଇଁ ଜନଶତାବ୍ଦୀ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭଦ୍ରକ: ରେଳଧାରଣାରୁ ଖସିଲା ଜନଶତାବ୍ଦୀ ଏକ୍ସପ୍ରେସ  । ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି  । ଭଦ୍ରକ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି ଟ୍ରେନ । ସମସ୍ତ ବଗି ସୁରକ୍ଷିତ ଥିବା ଜଣାପଡିଛି ।

ହାଓ୍ୱଡ଼ାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା ଜନ ଶତାବ୍ଦୀ ଏକ୍ସପ୍ରେସ  । ଡଗରା ସାହି ଲେବୁଲକ୍ରସିଂ ନିକଟରେ ହଠାତ୍‌ ଷଣ୍ଢ ପଶିଯିବାରୁ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି  । ଭଦ୍ରକ ଷ୍ଟେସନ ନିକଟରୁ ମାତ୍ର ୨୦୦ ମିଟର ଦୂରରେ ଟ୍ରେନ ଲାଇନଚ୍ୟୁତ ହୋଇଛି  । ଫଳରେ ଟ୍ରେନର ଇଞ୍ଜିନ ନିକଟ ଏସଏଲଆର ବଗିଟି ଟ୍ରାକରୁ ଖସି ଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଟ୍ରେନ ଧକ୍କାରେ ଷଣ୍ଢଟିର ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ଟେକନିକାଲ ଟିମ୍ ପହଞ୍ଚି ଟ୍ରେନର ଚକ ମରାମତି ସହ ଲାଇନ୍ କ୍ଲିୟର କରିଥିଲେ । ଫଳରେ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ସହ ଜନଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଛି ।