ନେପାଳର ଜନକପୁର: ଆଜି ବି ରହିଛି ରାଜା ଜନକଙ୍କ ରାଜପ୍ରସାଦ, ମାତା ସୀତାଙ୍କ ମନ୍ଦିର, ପାଲଟିଛି ହିନ୍ଦୁଙ୍କ ପ୍ରାଣକେନ୍ଦ୍ର

1 min read

ଜନକପୁର: ନେପାଳର ଜନକପୁର । ମାତା ସୀତାଙ୍କ ଜନ୍ମସ୍ଥାନ । ବର୍ତ୍ତମାନର ଧନୁସା ଜିଲ୍ଲ ମୈଥିଳି ସହରରେ ଜନକପୁରରେ ଜନ୍ମ ନେଇଥିଲେ ମାତା ସୀତା । ଯାହା ହିନ୍ଦୁ ଐତିହ୍ୟ ଓ ପରମ୍ପରାର ଏକ ମହାନ ଭୂମି । ପ୍ରତି ହିନ୍ଦୁଙ୍କ ପ୍ରାଣକେନ୍ଦ୍ର । ନେପାଳରେ ଥିଲେ ବି ପ୍ରତିଦିନ ଏହି ଧାମରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବିଶେଷ କରି ଓଡ଼ିଶା ପର୍ଯ୍ଯଟକ ଜନକପୁର ଯାଇ ମାତା ସୀତାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାକୁ ବ୍ୟଗ୍ର ।

ଧନୁସା ଜିଲ୍ଲାର ମୈଥେଳୀ ସହରରେ ଆଜି ବି ରହିଛି ରାଜା ଜନକଙ୍କ ରାଜପ୍ରାସାଦ ଓ ସୀତା ମନ୍ଦିର । ୨୦୨୧ ଜନଗଣନା ଅନୁଯାୟୀ ଏଠାକାର ଜନ ସଂଖ୍ୟା ଏକ ଲକ୍ଷ ୯୫ ହଜାର ୪୩୮ ଥିଲା । ଏଠାକାର ଆଞ୍ଚଳିକ ଭାଷା ମୈଥିଲୀ ହୋଇଥିବା ବେଳେ ସରକାରୀ ଭାଷା ନେପାଳୀ ପ୍ରଚଳିତ l ୯୧.୯୭ ବର୍ଗ କିଲୋମିଟର ବ୍ୟାପ୍ତ ଜନକପୁର ଧାମ । କାଠମାଣ୍ଡୁରୁ ଦକ୍ଷିଣପୂର୍ବ ୨୨୫ କିଲୋମେଟର ଦୂରରେ ଅବସ୍ଥିତ ଜନକପୁରରେ, ୧୨ ଶହ ଶତାବ୍ଦୀରେ ବିଦେହ ବଂଶୀ ରାଜୁତି କରୁଥିଲେ l ଏହି ଅଞ୍ଚଳ ନେପାଳ ଦେଶର ଚତୁର୍ଥ ଜନବହୁଳ ଅଞ୍ଚଳ ରୂପେ ପରିଗଣିତ l ପ୍ରାଚୀନ ଗ୍ରନ୍ଥ, ସାହିତ୍ୟ ତଥା ପାଣ୍ଡିତଙ୍କ ମତରେ ଜନକପୁର ୧୮ ଶହ ମସିହା ବେଳକୁ ଲୋକଲୋଚନକୁ ଆସିଥିଲା l ଜନକ ରାଜାଙ୍କ ରାଜପ୍ରାସାଦ ହିଁ ଜନକପୁର ସ୍ଥିତି ବିଷୟରେ ଜ୍ଞାତ କରାଇଥିଲା l

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ମନ୍ଦିର ସହ ଏଠାକାର ଜାନକୀ ମନ୍ଦିରର ରହିଛି ଅନେକ ସାମଞ୍ଜସ୍ୟ । ୧୯୫୦ ମସିହା ପର୍ଯ୍ୟନ୍ତ ଜନକପୁର ଏକ ପଡ଼ା ଗ୍ରାମାଞ୍ଚଳ ରୂପେ ପରିଚିତ ଥିଲା l କୃଷକ, କଳାକାର, ପୂଜକ ସମ୍ପ୍ରଦାୟ ଲୋକମାନେ ଏଠାରେ ବସବାସ କରୁଥିଲେ l ୧୯୬୦ ମସିହା ବେଳକୁ ଜନକପୁର ଏକ ବ୍ୟବସିୟକ ପେଣ୍ଠସ୍ଥଳ ରୂପେ ପରିଗଣିତ ହେଲା l ଏଠି ଜାନକୀ ମନ୍ଦିର ତଥା ରାଜା ଜନକଙ୍କ ମହଲ ସହ ରହିଛି ସୀତା ବିବାହ ମଣ୍ଡପ, ହନୁମାନ ମନ୍ଦିର, ଧନୁସାଧାମ, ରାମ ମନ୍ଦିର । ଏଠାରେ ଜାନକୀ ନବମୀ, ବିବାହ ପଞ୍ଚମୀ, ରାମ ନବମୀ ଆଦି ଖୁବ ଧୁମଧାମରେ ପାଳନ କରାଯାଏ ।

ହିନ୍ଦୁଙ୍କ ଏହି ସ୍ଥାନ ସହିତ ସିଧାସଳଖ ସମ୍ପର୍କ ରହିଛି  l ଯାହାର ଐତିହ୍ୟ ଇତିହାସ ସହିତ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ନେପାଳ ସରକାର ଯଥାସାଧ୍ଯ ଉଦ୍ଯମ କରୁଛନ୍ତି ।