ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁତାୟି ଏକ୍ସପ୍ରେସ ଲାଇନଚ୍ୟୁତ

ସମ୍ବଲପୁର: ବିଳମ୍ବିତ ରାତିରେ ସମ୍ବଲପୁର ରେଳ ଷ୍ଟେସନ ନିକଟରେ ଜମ୍ମୁତାୟି ଏକ୍ସପ୍ରେସ ଲାଇନଚ୍ୟୁତ । ସମ୍ବଲପୁର ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଜମ୍ମୁତାୟି ଏକ୍ସପ୍ରେସର ପେଣ୍ଟ୍ରିକାର ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି ।
ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଲିଛି । ଗାଡିଟି ଖାଲି ଥିବାରୁ କାହାରି କୌଣସି କ୍ଷତି ହୋଇନାହି । ଘଟଣା ସ୍ଥଳରେ ସମ୍ବଲପୁର ରେଳ ବିଭାଗ କମଚାରୀ ପହ| ଟ୍ରାକ ମରାମତି କରି ରେଳ ଚଳାଚଳ ସ୍ବଭାବିକ କରିଛନ୍ତି ।