ଜାମ୍ମୁ କାଶ୍ମୀର ପୁ୍ଂଛରେ ଆତଙ୍କବାଦୀଙ୍କୁ ଧରିବାକୁ ସେନାର ଜୋରଦାର ସର୍ଚ୍ଚ ଅପରେସନ୍

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁ୍ଂଛରେ ଆତଙ୍କବାଦୀଙ୍କୁ ଧରିବାକୁ ସେନାର ସର୍ଚ୍ଚ ଅପରେସନ୍ ଜୋରଦାର। ସୁରକ୍ଷା କାରଣକୁ ନେଇ ମୋବାଇଲ  ଓ ଇଣ୍ଚରନେଟ୍ ସେବା ବନ୍ଦ କରି ଦିଆଯାଇଛି। ହେଲିକପ୍ଟର ଓ ଡ୍ରୋନ ସହାୟତାରେ ଚାଲିଛି ସର୍ଚ୍ଚ ଅପରେସନ । ରାଜୌରୀ ଜିଲ୍ଲାର ପୁଞ୍ଚ ଅଂଚଳରେ ସେନାର ଯବାନ ଚଳାଇଛନ୍ତି ଏହି ସର୍ଚ୍ଚ ଅପରେସନ । ଲଗାତର ୩ ଦିନ ହେଲାଣି ଚାଲିଛି ଅଭିଯାନ। ଗୁରୁବାର ଦିନ ଅପରାହ୍ନରେ ଆତଙ୍କୀ ଭାରତୀୟ ସେନାର ଯବାନଙ୍କ ଗାଡି ଉପରକୁ ହମଲା କରିଥିଲେ । ଏଥିରେ ୫ ଯବାନ ସହିଦ ହୋଇଛନ୍ତି। ୨ ଯବାନ ଆହତ ହୋଇଛନ୍ତି । ପୁଞ୍ଚ ଅଂଚ୍ଳର ଡେରା କି ଗଲି ଅଂଚଳରେ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଯବାନ। ସେନାର ଦୁଇ ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କୀ। ଏକ ବୁଲାଣି ରାସ୍ତାରେ ସେନାର ଗାଡି ଉପରକୁ ଆତଙ୍କୀ ଆଖିବୁଜା ଗୁଳିମାଡ଼ କରିଥିଲେ ।