ତ୍ରିରଙ୍ଗା ପରେ ମେହବୁବାଙ୍କର ବନ୍ଧୁକ ବୋଲି, କାଶ୍ମୀର ଯୁବକଙ୍କୁ ଉସକେଇବାକୁ କହିଲେ…

ଶ୍ରୀନଗର: ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମୁକ୍ତି ମିଳିବା ପରେ ଜମ୍ମୁ କାଶ୍ମୀରରେ ପୁଣି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । କାଶ୍ମୀର ପ୍ରସଙ୍ଗରେ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ମେହବୁବା । ଏହାସହ କାଶ୍ମୀର ଜନସାଧାରଣଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତାଙ୍କର ଲଢେଇ ଜାରି ରହିବ ବୋଲି ସେ କହିଥିଲେ । ଗତ ବର୍ଷ ଅଗଷ୍ଟ ୨ ରେ ଜାମ୍ମୁ କାଶ୍ମୀରକୁ ୟୁନିଅନ୍ ଟେରିଟୋରୀ ଘୋଷିତ କରାଯିବା ପରଠାରୁ ମେହବୁବା ମୁଫତି ନଜବନ୍ଦୀରେ ଥିଲେ ।

ମେହବୁବା ମୁଫତି ସୋମବାର କାଶ୍ମୀରରେ ବିବାଦୀୟ ବିବୃତ୍ତି ଦେଇ ରାଜ୍ୟରେ ବନ୍ଧୁକଧାରୀଙ୍କୁ ସମର୍ଥନ କରିଛନ୍ତି । ମେହବୁବା ମୁଫତି କହିଛନ୍ତି ଯଦି ଏଠାରେ ଯୁବକ ମାନଙ୍କ ପାଇଁ କୌଣସି ଚାକିରି ନଥିବ ଏଠାକାର ଯୁବକ ବାଧ୍ୟ ହୋଇ ବନ୍ଧୁକ ଉଠାଇବେ । ରାଜ୍ୟରେ ରାଜନୈତିକ ଅସନ୍ତୋଷ ଦେଖାଇ ପିଡିପି ସଭାପତି କହିଛନ୍ତି ଯେ ୩୭୦ ହଟାଯିବା ପରେ ଜାମ୍ମୁ କାଶ୍ମୀରର ଜମି ଓ ଚାକିରି ଛଡ଼ାଇ ନେବା ବିଜେପିର ଉଦ୍ଦେଶ୍ୟ । ୩୭୦ ଧାରା ରାଜ୍ୟରେ ଡୋଗ୍ରା ସଂସ୍କୃତି ବଞ୍ଚାଇବା ପାଇଁ ରହିଥିଲା । ଏହା ଦେଶର ତ୍ରିରଙ୍ଗା ହେଉ କିମ୍ବା କାଶ୍ମୀରର ପତାକା, ଆମକୁ ସମ୍ବିଧାନ ଏହା ପ୍ରଦାନ କରିଥିଲା । ଯାହା ବିଜେପି ଆମଠାରୁ ଏହାକୁ ଛଡ଼ାଇ ନେଇଛି ।

ଉତ୍ତେଜନାମୂଳକ ବିବୃତ୍ତି ଦେଇ ରାଜ୍ୟର ପୂର୍ବତନ ସିଏମ୍ ମେହବୁବା ମୁଫତି କହିଛନ୍ତି । ‘ଆଜି ବିଜେପିର ସମୟ, ଆସନ୍ତାକାଲି ଆମେ ଆସିବୁ । ମେହବୁବା ଆମେରିକାର ରାନୈତିକ ହାଲକୁ ନେଇ ମଧ୍ୟ ଉଦାହରଣ ଦେଇଛନ୍ତି । ମେହବୁବା କହିଛନ୍ତି ବିଜେପିର ମଧ୍ୟ ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ପରିଣାମ ହେବ । ସେପଟେ ସୀମାକୁ ନେଇ ମଧ୍ୟ କହିଛନ୍ତି ମହବୁବା । ସୀମା ଖୋଲିବା ଉଚିତ୍ କାରଣ ଜାମ୍ମୁ କାଶ୍ମୀର ଦୁଇ ଦେଶ ମଧ୍ୟରେ ଶାନ୍ତିର ସେତୁ ପାଲଟିପାରେ । ଆମ ସ୍ୱତନ୍ତ୍ରତା ଆମକୁ ଫେରାଇ ଦିଅ ଜାମ୍ମୁ କାଶ୍ମୀରକୁ ଖଣ୍ଡ ଖଣ୍ଡ କରନାହିଁ ବୋଲି ମୁଫତି କହିଛନ୍ତି ।

ଧାରା ୩୭୦ ହେଉଛି ଜାମ୍ମୁ କାଶ୍ମୀରର ଲୋକମାନଙ୍କର ପରିଚୟ

ଧାରା ୩୭୦ ବିଷୟରେ ମେହବୁବା ମୁଫତି ଆହୁରି ଅନେକ କିଛି ଟିପଣି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ମୁସଲମାନ କିମ୍ବା ହିନ୍ଦୁ ସହ ଜଡ଼ିତ ବିଷୟ ନୁହେଁ ବରଂ ଜାମ୍ମୁ କାଶ୍ମୀରବାସୀଙ୍କ ପରିଚୟର କଥା । କାଶ୍ମୀର ଲୋକମାନେ ସେମାନଙ୍କର ଭବିଷ୍ୟତ ପାଇଁ ଏବେ ଚିନ୍ତିତ ରହିଛନ୍ତି । ଅନ୍ୟପଟେ ବାବାସାହେବଙ୍କ ସମ୍ବିଧାନ ସହିତ କେନ୍ଦ୍ର ସରକାର ଖେଳିଛନ୍ତି ବୋଲି ମୁଫତି କହିଛନ୍ତି । ବିଜେପିକୁ ଟାର୍ଗେଟ କରି ମେହବୁବା ମୁଫତି କହିଛନ୍ତି କାଶ୍ମୀର ପଣ୍ଡିତମାନଙ୍କ ସହିତ କଣ ହେଲା ? ବିଜେପି ସେମାନଙ୍କୁ ପ୍ରତିଶୃତି ଦେଇଥିଲା, କିନ୍ତୁ କିଛି ହେଲା ନାହିଁ ।

ପୁଣି ବଢ଼ିଲା ମେହବୁବାଙ୍କ ପାକିସ୍ତାନ ପ୍ରେମ

ମେହବୁବା ମୁଫତି ଆଜିକାଲି ଅନେକ ସମୟରେ ଜାମ୍ମୁ ଗସ୍ତରେ ରହୁଛନ୍ତି । ଯେଉଁଠାରେ ସେ ଦଳର ନେତାଙ୍କ ବ୍ୟତୀତ ସମାଜର ଅନ୍ୟ ବିଭାଗର ପ୍ରତିନିଧୀଙ୍କୁ ଭେଟିବାରେ ଲାଗିଛନ୍ତି । ମେହବୁବା ଜାମ୍ମୁରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ମେହବୁବାଙ୍କର ପାକିସ୍ତାନି ପୁଣି ଥରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା । ସେ କହିଛନ୍ତି ଯେ ଯେତେବେଳେ ଆମେ ଚୀନ୍ ସହିତ କଥା ହୋଇପାରିବା, ତେବେ ପାକିସ୍ତାନ କାହିଁକି ନୁହେଁ ବୋଲି କହିଛନ୍ତି । ଯେଉଁଥିରୁ ତାଙ୍କର ପାକିସ୍ତାନ ପ୍ରତି ସକରାତ୍ମକ ଭାବନା ସାମ୍ନାକୁ ଆସିଥିଲା ।

 

Leave a Reply