ଘରେ ପଶି SPO ଓ ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ, ଝିଅ ଗୁରୁତର

1 min read
Jammu Kashmir Terrorists Shot Dead A Special Police Officer His Home In Awantipora

ଶ୍ରୀନଗର: ଜମ୍ମୁ-କାଶ୍ମୀର ତ୍ରାଲରେ ଆତଙ୍କବାଦୀ ଏକ ଏସପିଓ ପରିବାରକୁ ଟାର୍ଗେଟ୍ କରିଛନ୍ତି । ଏସପିଓ ଫୈୟାଜ ଅହମ୍ମଦ ଓ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଘରେ ପଶି ଏଭଳି ହତ୍ୟା କରିଛନ୍ତି ଆତଙ୍କବାଦୀ । ଆକ୍ରମଣରେ ଫୈୟାଜଙ୍କ ଝିଅ ମଧ୍ୟ ଗମ୍ଭୀର ଭାବେ ଆହତ ହୋଇଛି । ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ହରିପରିଗାମରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀ ୪୧ ବର୍ଷିଅ ଏସପିଓ ଫୈୟାଜ ଅହମ୍ମଦ, ତାଙ୍କ ପତ୍ନୀ ଓ ଝିଅକୁ ଗୁଳି ମାରିଛନ୍ତି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଫୈୟାଜ ଓ ପତ୍ନୀ ଆଖି ବୁଜି ଦେଇଛନ୍ତି । ଝିଅର ଚିକିତ୍ସା କରାଯାଉଛି ।

Jammu Kashmir Terrorists Shot Dead A Special Police Officer His Home In Awantipora

ଏନେଇ କାଶ୍ମୀର ପୋଲିସ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଏସପିଓ ଫୈୟାଜଙ୍କ ଘରେ ପଶି ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ କର୍ଡନ କରି ରଖିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଏହି ଆକ୍ରମଣ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ମଧ୍ୟ ଆତଙ୍କବାଦୀ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲେ । ଶନିବାର ରାତିରେ ଦୁଇଥର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଏୟାରଫୋର୍ସର ଏକ କୋଠାର ଛାତରେ ଫାଟ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ ।

Leave a Reply