ଜାମ୍ମୁ କାଶ୍ମୀରର ନୌଗାମରେ ପୋଲିସ ବାହିନୀ ଉପରେ ଆକ୍ରମଣ, ଦୁଇ ପୋଲିସ ସହିଦ

1 min read

ଶ୍ରୀନଗର: ସ୍ୱାଧୀନତା ଦିବସ ପାଳନର କେଇ ଘଣ୍ଟା ପୂର୍ବରୁ ଜାମ୍ମୁ କାଶ୍ମୀରରେ ଆତଙ୍କରାଜ । ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି ଥରେ ଜାମ୍ମୁ କାଶ୍ମୀରର ସୁରକ୍ଷା ବାହିନୀ । ଶୁକ୍ରବାର ସକାଳେ ଶ୍ରୀନଗର ଉପକଣ୍ଠରେ ଥିବା ନୌଗାମ୍ ବାଇପାସ୍ ଉପରେ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରାଯାଇଥିଲା । ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି । କେଉଁ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ଏବଂ ସେମାନେ କେଉଁ ସଂଗଠନର ଥିଲେ ସେନେଇ ସୂଚନା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ସୂଚନା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ପୋଲିସ୍ ପାର୍ଟି ଏବଂ ସେନାର ଦଳ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ଦୁଇ ଦିନ ପୂର୍ବରୁ ବାରାମୁଲାର ସୋପୋରରେ ଏକ ସୈନ୍ୟ ଦଳ ଉପରେ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜଣେ ସୈନିକ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଦ୍ୱାରା ସେନା- CRPF ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଦଳ ଆକ୍ରମଣ କରିଥିଲା । ଆତଙ୍କବାଦୀ ଲଗାତାର ଗୁଳି ବିନିମୟ କରିଥିଲେ । ଏହା ପରେ ସୁରକ୍ଷା ବାହିନୀ ମଧ୍ୟ ଏହାର ଜବାବ ଦେଇଥିଲେ । ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ ।

Leave a Reply