ଜମ୍ମୁ-କଶ୍ମୀରରେ ନବେ ଦଶକର ସ୍ଥିତି: ଭିଟାମାଟି ଛାଡ଼ି ପଳାୟନ କରୁଛନ୍ତି କାଶ୍ମୀରବାସୀ

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀରକୁ ଫେରିଛି ନବେ ଦଶକର ସ୍ଥିତି । ଭିଟାମାଟି ଛାଡ଼ି ପଳାୟନ ଆରମ୍ଭ କରିଛନ୍ତି କାଶ୍ମୀରବାସୀ । ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତ ପରିବାର। ଘାଟି ଅଞ୍ଚଳରେ ଅଣ-ମୁସଲିମ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ କରୁଥିବା ବେଳେ ଲୋକମାନେ ଭିଟାମାଟି ଛାଡ଼ି ପଳାଉଛନ୍ତି ବୋଲି କାଶ୍ମୀରୀ ପଣ୍ଡିତ ସଂଘର୍ଷ ସମିତିର ଅଧ୍ୟକ୍ଷ କହିଛନ୍ତି ।

ଚଳିତ ମାସରେ ୧୧ ଜଣ ଯବାନ ଓ ବହୁ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ସେପଟେ ପୁଞ୍ଚ୍‌ ହମଲାରେ ୯ ଜଣ ଯବାନଙ୍କୁ ହତ୍ୟା ଘଟଣା ପାଇଁ ନିଜକୁ ଦାୟୀ କରିଛି ନୂଆ ଆତଙ୍କୀ ସଂଗଠନ । ସେପଟେ ପୁଞ୍ଚ୍‌ ଓ ରଜୌରୀରେ କିଛିଦିନ ହେଲା ଲାଗି ରହିଥିବା ସ୍ଥିତିର ସମୀକ୍ଷା ପାଇଁ ଆଜି ଜାଶ୍ମୀର ଗସ୍ତ କରିଛନ୍ତି ସେନା ମୁଖ୍ୟ ଏମ ଏମ ନରଓ୍ୱାଣେ । ବିଭିନ୍ନ ସ୍ଥାନରେ LOC ଅଞ୍ଚଳକୁ ଯାଇ ସ୍ଥିତି ପରଖିବା ସହ ଆତଙ୍କୀ ପ୍ରସଙ୍ଗକୁ ନେଇ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆର୍ମି ମୁଖ୍ୟ ନରଓ୍ୱାଣେ ସାମିଲ ହେବେ । ଆତଙ୍କୀଙ୍କୁ କଡ଼ା ଜବାବ ଦେବା ସହ ଆତଙ୍କୀ ସଂଗଠନକୁ ନିପାତ କରିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଉଛି । ଅନ୍ୟପଟେ କାଶ୍ମୀର ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀର ସ୍ଥିତିକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଏଥିସହିତ ପଢ଼ନ୍ତୁ: କେରଳରେ ବିପର୍ଯ୍ୟୟ ସୃଷ୍ଟି କରିଛି ବର୍ଷା: ୨୭ରୁ ଅଧିକ ଲୋକଙ୍କ ଜୀବନହାନୀ

Leave a Reply