କାଶ୍ମୀର ବ୍ୟତୀତ ଆଉ କୌଣସି ପତାକା ଉତ୍ତୋଳନ କରିବିନି- ମେହବୁବା ମୁଫତି

1 min read
Jammu Kashmir Mehbooba Mufti Denied To Hold Triclor Flag Targets Centre Over Article 370

ଶ୍ରୀନଗର: ଦୀର୍ଘ ଦିନ ଧରି ଗଣମାଧ୍ୟମ ଠାରୁ ଦୂରେଇ ରହିଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରସଙ୍ଗରେ ଖୋଲାଖୋଲି କହିଛନ୍ତି । ଅନୁଚ୍ଛେଦ ୩୭୦କୁ ପୁଣି ଫେରାଇ ଆଣିବା ଉପରେ ଦମ୍ଭୋକ୍ତି ଦେଖାଇଛନ୍ତି ମେହବୁବା । ଏଥିସହ ସେ ଅନୁଚ୍ଛେଦ ୩୭୦ ନଫେରିବା ଯାଏଁ କୌଣସି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ବାଦ୍ ମେହବୁବା ଜାତୀୟ ପତାକା ତ୍ରିରଙ୍ଗାକୁ ନେଇ ଏମିତି କଥା କହିଛନ୍ତି ଯାହାକୁ ନେଇ ବିବାଦ ହେବା ଥୟ ।

Jammu Kashmir Mehbooba Mufti Denied To Hold Triclor Flag Targets Centre Over Article 370

ସାମ୍ବାଦିକ ସମ୍ମିଳନୀରେ ମେହବୁବା ମୁଫତି ଘୋଷଣା କରିଛନ୍ତି- ସେ ଜମ୍ମୁ-କାଶ୍ମୀର ବ୍ୟତୀତ ଅନ୍ୟ କୌଣସି ପତାକା ଉତ୍ତୋଳନ କରିବେ ନାହିଁ କି ଧରିବେ ନାହିଁ । ଅର୍ଥାତ୍ ସେ ପୁଣି ଗୋଟିଏ ଦେଶ, ୨ଟି ପତାକା ରାଜନୀତି ଆରମ୍ଭ କରିବାକୁ ଯାଇ ହାତରେ ତ୍ରିରଙ୍ଗା ଧରିବାକୁ ମନା କରି ଦେଇଛନ୍ତି ।

Jammu Kashmir Mehbooba Mufti Denied To Hold Triclor Flag Targets Centre Over Article 370

ମେହବୁବା ମୁଫତି କହିଛନ୍ତି- ଯେତେବେଳେ ଆମର ପତାକା ଫେରି ଆସିବ, ଆମେ (ତ୍ରିରଙ୍ଗା) ପତାକାକୁ ଉଠାଇ ନେବୁ । ଯେତେବେଳେ ଯାଏଁ ଚୋର ଚୋରି କରି ନେଇଖିବା ଆମ ପତାକା ନ ଆସିଛି । ସେତେବେଳ ଯାଏଁ ଆମେ ଅନ୍ୟ କୌଣସି ପତାକାକୁ ଧରିବୁ ନାହିଁ । ସେ ପତାକା ଆମ ଆଇନର ଅଂଶ । ଏହା ଆମର ପତାକା, ଏହା ଦ୍ୱାରା ଏହି ପତାକା ସହ ସମ୍ପର୍କ ହୋଇଛି ।

ସେବେ ଯାଏଁ ଲଢ଼ିବନି ନିର୍ବାଚନ

ମେହବୁବା କହିଛନ୍ତି- ଆଜି ବିହାରର ଭୋଟ୍ ପାଇଁ ପିଏମ୍ ମୋଦିଙ୍କୁ ଅନୁଚ୍ଛେଦ ୩୭୦ର ସାହାର ନେବାକୁ ପଡ଼ିଛି । ଆମେ ଆର୍ଥିକ ଭାବରେ ବାଂଲାଦେଶ ପଛକୁ ଖସି ଯାଇଛେ । ଏସବୁକୁ ନେଇ ଆମେ ବିଫଳ ହେବା ପରେ କାଶ୍ମୀର ଓ ୩୭୦ ଭଳି ପ୍ରସଙ୍ଗ ଉଠାଉଛେ । ବାସ୍ତବ ପ୍ରସଙ୍ଗ ଉପରେ କେହି ଆଲୋଚନା କରିବାକୁ ଚାହୁଁନାହାଁନ୍ତି । ମେହବୁବା କହିଛନ୍ତି- ଯେତେବେଳ ଯାଏଁ କେନ୍ଦ୍ର ସରକାର ଆମ୍ ହକ୍ (୩୭୦)କୁ ଫେରାଇ ଆଣିନାହାଁନ୍ତି ସେତେବେଳ ଯାଏଁ ମୁଁ କୌଣସି ନିର୍ବାଚନ ଲଢ଼ିବି ନାହିଁ ।

Leave a Reply