ଜମ୍ମୁ କଶ୍ମୀର କୁଲଗାମରେ ପୁଣି ଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । କୁଲଗାମରେ ପୁଣି ଥରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। କୁଲଗାମ ଜିଲ୍ଲାର ଦେବସର ଅଞ୍ଚଳର ଆଦିଗାମ ଗାଁରେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ଭୋରରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ସୂଚନା ମୁତାବକ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷାକର୍ମୀ ଗୁପ୍ତଚର ଭାବେ ଖବର ପାଇଥିଲେ । ସୂଚନା ପାଇବା ପରେ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହ ସର୍ଚ୍ଚ ଅପପରେସନରେ ଜମ୍ମୁ କଶ୍ମୀର ପୁଲିସ୍, ସିଆରପିଏଫ ଓ ସଂଯୁକ୍ତ ଟିମ୍ ସାମିଲ ଅଛନ୍ତି। ସୁରକ୍ଷାକର୍ମୀ ଗାଁର ଘର ଘର ତଲାସୀ କରୁଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀ ହଠାତ୍ ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ୩ ଯବାନ ଓ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।