ପୁଲୱାମାରେ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ, ଆତଙ୍କୀ ସହଯୋଗୀ ଗିରଫ, ୬ କେଜି ଆଇଇଡି ଜବତ

ଶ୍ରୀନଗର: କାଶ୍ମୀର ଉପତ୍ୟାକାର ପୁଲୱାମାରେ ପୋଲିସ ଏବଂ ସୁରକ୍ଷାକର୍ମୀ ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି । ପୋଲିସ ଏଠାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଏଥିସହିତ ପ୍ରାୟ ୬ କେଜି ଆଇଇଡି ଜବତ କରିଛି । ଏହି ମାମଲାରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ତଦନ୍ତ ଜାରି ରହିଛି । ସୂଚନା ମୁତାବକ ପୁଲୱାମା ପୋଲିସ ଆତଙ୍କବାଦୀଙ୍କ ସହଯୋଗୀ ଇସଫାକ ଅହମଦ ୱାନୀକୁ ଗିରଫ କରିଛି । ସେ ପୁଲୱାମାର ଅରିଗାମ ଅଞ୍ଚଳର ନିବାସୀ ।

ପୋଲିସ ତାର ବୟାନ କ୍ରମେ ପ୍ରାୟ ୫ରୁ ୬ କେଜି ଆଇଡି ଜବତ କରିଛି । ଫଳରେ ପୋଲିସ ଏକ ବଡ଼ ଆତଙ୍କୀ ଯୋଜନାକୁ ବିଫଳ କରିବାରେ ସକ୍ଷମ ହୋଇଛଇ । ଉତ୍ତର କାଶ୍ମୀରରେ ଲଗାତାର ତିନି ଗୁଳିବିନିମୟ ପରେ ସୁରକ୍ଷା ବୃଦ୍ଧି କରାଯାଇଛି । ପ୍ରକାଶଥାଉକି ଏହି ଗୁଳବିନିମୟରେ ସଂଯୁକ୍ତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ଅଧିକାରୀ କହିଛନ୍ତି ଅତିରିକ୍ତ ସୁରକ୍ଷା କର୍ମଚାରୀଙ୍କୁ ସ୍ଥଳଭାଗରେ ନିୟୋଜିତ କରାଯାଇଛି, ଡ୍ରୋନ ଜରିଆରେ ଆକାଶ ମାର୍ଗରୁ ମଧ୍ୟ ସତର୍କ ନଜର ରଖାଯାଇଛି ।