ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ନିର୍ବାଚନ, ପ୍ରଥମ ଥର ପାଇଁ ପଶ୍ଚିମ ପାକିସ୍ତାନ ଶରଣାର୍ଥୀ ଦେବେ ଭୋଟ

1 min read

ଜମ୍ମୁ-କଶ୍ମୀର: ଜମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଘୋଷଣା ହୋଇଯାଇଛି । ୮ଟି ପର୍ଯ୍ୟାୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୨୮ରେ ହେଉଥିବାବେଳେ ଶେଷ ପର୍ଯ୍ୟାୟ ମତଦାନ ଡିସେମ୍ବର ୧୯ରେ ହେବ । ମତଦାନ ସମୟ ସକାଳ ୭ ଟାରୁ ୨ ଟା ପର୍ଯ୍ୟନ୍ତ ହେବ । ଦଳ ଭିତ୍ତିରେ ଡିଡିସି ନିର୍ବାଚନ ହେବ ।

ଜମ୍ମୁ କାଶ୍ମୀରର ନିର୍ବାଚନ କମିଶନର କେକେ ଶର୍ମା ଏ ନେଇ ସାମ୍ବାଦିକ ସମ୍ମୀଳନାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମ ପାକିସ୍ଥାନ ଶରଣାର୍ଥୀ ଡିଡିସି ନିର୍ବାଚନରେ ମତଦାନ କରିବେ । ଏଯାବତ ଏମାନେ କେବଳ ଲୋକସଭା ନିର୍ବାଚନରେ ହିଁ ଭୋଟ ଦେଇପାରୁଥିଲେ । ବାକି ଅନ୍ୟ ନିର୍ବାଚନରେ ତାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

ନିର୍ବାଚନ କମିଶନର କେକେ ଶର୍ମା କହିଛନ୍ତି ଯେ, ଏହି ନିର୍ବାଚନରେ ଇଲେକଟ୍ରୋନିକ ଭୋଟିଂ ମେସିନ ବ୍ୟବହାର କରାଯିବ । ଅନ୍ୟପଟେ କରୋନା ସଂକ୍ରମିତ, ବୃଦ୍ଧ ଏବଂ ଶାରୀରିକ ରୂପରେ ଅସୁସ୍ଥ ଥିବା ରୋଗୀ ମାନଙ୍କୁ ପୋଷ୍ଟାଲ ବ୍ୟାଲେଟର ସୁବିଧା ଦିଆଯିବ । ଡିଡିସିକୁ ପ୍ରଭାବଶାଳୀ କରିବା ପାଇଁ ଜିଲ୍ଲୀ ବିକାଶ ପରିଷଦର ଚେୟାରମ୍ୟାନଙ୍କୁ ରାଜ୍ୟ ମନ୍ତ୍ରୀର ଦରଜା ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ଗତବର୍ଷ ଅଗଷ୍ଟ ୫ ତାରିଖ ଧାରା ୩୭୦ ହଟିବା ପରେ ଏହା ପ୍ରଥମ ରାଜନୈତିକ ଗତିବିଧି ହେବାକୁ ଯାଉଛି । ନିକଟରେ ମୋଦି ସରକାର ଜମ୍ମୁ କାଶ୍ମୀର ପଞ୍ଚାୟତୀରାଜ ଅଧିନିୟମ ୧୯୮୯ରେ ସଂସୋଧିନକୁ ମଞ୍ଜୁରୀ ଦେଇଥିଲେ । ସଂଶୋଧିତ ଆଇନ ଅନୁଯାୟୀ, ଜମ୍ମୁ କାଶ୍ମୀରରେ ଥ୍ରୀ ଟିୟର ପଞ୍ଚାୟତୀ ରାଜ ବ୍ୟବସ୍ଥା ଲାଗୁ କରାଯାଇଛି ।

ବର୍ତ୍ତମାନ ଜିଲ୍ଲୀ ବିକାଶ ପରିଷଦ ଗଠନ କରାଯିବ ଏବଂ ଲୋକ ସିଧାସଳଖ ନିଜ ପ୍ରତିନିଧିଙ୍କୁ ବାଛିବେ । ଜିଲ୍ଲା ବିକାଶ ପରିଷଦରେ ଜିଲ୍ଲାକୁ ୧୪ଟି ନିର୍ବାଚନ କ୍ଷେତ୍ର ସହିତ ବିଧାନସବାର ସଦସ୍ୟ ଏବଂ ଜିଲ୍ଲାର ସମସ୍ତ ବ୍ଲକ ବିକାଶ ପରିଷଦ ଅଧ୍ୟକ୍ଷ ମାନେ ସାମିଲ ହେବେ । ଏସସି, ଏସଟି ଏବଂ ମହିଳା ମାନଙ୍କ ପାଇଁ  ଆସନ ମଧ୍ୟ ସଂରକ୍ଷିତ କରାଯାଇଛି । ଅନୁଚ୍ଛେଦ ୩୭୦ ଏବଂ ୩୫ ବାତିଲ ହେବା ପୂର୍ବରୁ ଏହି ବ୍ୟବସ୍ଥା ନଥିଲା ।

Leave a Reply