କାଶ୍ମୀର ପ୍ରସଙ୍ଗରେ ବର୍ଷିଲେ ସସ୍ମିତ, କହିଲେ, ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

1 min read

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ବାହାରିନରେ ଚାଲିଥିବା ୧୪୬ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା IPUରେ ପାକିସ୍ତାନ ପ୍ରତିନିଧିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । IPUରେ ପାକିସ୍ତାନ ଚିରାଚରିତ ଭାବେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ବେଳେ ପାକିସ୍ତାନକୁ ଆତଙ୍କବାଦୀ ଏକ୍ସପୋର୍ଟର ବୋଲି କହିଛନ୍ତି ସସ୍ମିତ ।

ଜାମ୍ମୁ-କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।