କାଶ୍ମୀର ପ୍ରସଙ୍ଗରେ ବର୍ଷିଲେ ସସ୍ମିତ, କହିଲେ, ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ
1 min readନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡ଼ା ଜବାବ । ବାହାରିନରେ ଚାଲିଥିବା ୧୪୬ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ ବା IPUରେ ପାକିସ୍ତାନ ପ୍ରତିନିଧିଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । IPUରେ ପାକିସ୍ତାନ ଚିରାଚରିତ ଭାବେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ବେଳେ ପାକିସ୍ତାନକୁ ଆତଙ୍କବାଦୀ ଏକ୍ସପୋର୍ଟର ବୋଲି କହିଛନ୍ତି ସସ୍ମିତ ।
India slammed Pakistan today at the 146th Inter-Parliamentary Union (IPU) Assembly in Bahrain. During the speech of Pakistan at the Assembly, Pakistan referred to Kashmir in its habitual manner. India through a Right to Reply (RoR) slammed Pakistan at the IPU. pic.twitter.com/wmdzBxU5Zd
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 13, 2023
ଜାମ୍ମୁ-କାଶ୍ମୀର, ଲଦାଖ ହେଉଛି ଭାରତର ଅଭିନ୍ନ ଅଙ୍ଗ । ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଟିପ୍ପଣୀ ରଖିବାର ଅଧିକାର ପାକିସ୍ତାନର ନାହିଁ ବୋଲି ସସ୍ମିତ କହିଛନ୍ତି । ଅବୈଧ ଓ ଜୋର ଜବରଦସ୍ତି ପାକିସ୍ତାନ ଅକ୍ତିଆର କରିଥିବା ଭାରତୀୟ ଅଞ୍ଚଳକୁ ତତ୍କାଳ ଖାଲି କରିବାକୁ ସେ ଆହ୍ବାନ ଦେଇଛନ୍ତି । ପାକିସ୍ତାନର ବେଆଇନ ସୀମା ପାର ଯୋଗୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଯାହା ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସସ୍ମିତ କହିଛନ୍ତି ।