ଆସନ୍ତାକାଲି ଜାମ୍ମୁ କାଶ୍ମୀର ଭୋଟ, ୨୩ ଲକ୍ଷରୁ ଅଧିକ ଭୋଟର କରିବେ ମତ ସାବ୍ୟସ୍ତ

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଜାମୁ କାଶ୍ମୀର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ। ମୋଟ ୯୦ ଆସନ ମଧ୍ୟରୁ ୨୪ ଆସନରେ ହେବ ଭୋଟଗ୍ରହଣ। କାଶ୍ମୀର ଅଂଚଳର ୧୬ ଆସନରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଜାମ୍ମୁ ଅଂଚଳର ୮ ଆସନରେ ଭୋଟ ନିଆଯିବ। ୨୪ ଆସନରେ ବିଭିନ ଦଳରୁ ପ୍ରତିନ୍ଦ୍ଵନ୍ଦ୍ବିତା କରୁଛନ୍ତି ୨୧୯ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ୨୩ ଲକ୍ଷରୁ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଭୋଟରଙ୍କ ମଧ୍ୟରେ ୫ ଲକ୍ଷରୁ ଅଧିକ ଯୁବ ଭୋଟର ରହିଛନ୍ତି। ୧୦ ବର୍ଷ ପରେ ଭୋଟ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ ଲକ୍ଷ ୨୭ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆଓ୍ବାମି ଇତେହାଦ ପାର୍ଟିର ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି। ଜାମୁ କାଶ୍ମୀର ନିର୍ବାଚନ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ଥାନେ ସ୍ଥାନେ ବ୍ଲକିଂ କରି ଗାଡିଗୁଡ଼ିକୁ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ। ସନ୍ଦିଗ୍ଧ ଲୋକଙ୍କୁ ମଧ୍ୟ ଅଟକାଇ ଛାନବିନ କରୁଛନ୍ତି। ନିର୍ବାଚନ ଲାଗି ବ୍ଯାପକ ଫୋର୍ସ ମୁତୟନ କରାଯାଇଛି। ଜାମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ନିର୍ବାଚନ ହୋଇଛି ମୁଖ୍ଯ ପ୍ରସଙ୍ଗ। ଗତ ୩୧ ଅକ୍ଟୋବର ୨୦୧୯ରେ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଙ୍ଗି ଦିଆଯାଇଥିଲା। ସେଗୁଡିକ ହେଲା- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ। ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଥିଲେ ବିଜେପି, ଆପ, ଏଆଇଏଡିଏମକେ, ଟିଡିପି, ଓ୍ବାଇଏସଆର କଂଗ୍ରେସ, ଶିବସେନା। ସେହିପରି ଉଚ୍ଛେଦକୁ ବିରୋଧ କରିଥିଲେ କଂଗ୍ରେସ, ଏନସି, ଜେକେପିଡିପି, ସିପିଏମ, ଟିଏମସି।