ଜାମ୍ମୁ-କାଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସେନା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ । ଗୁରେଜ ସେକ୍ଟରର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ ଆହତ ଓ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ ହେବା ପରେ ଜାମ୍ମୁ କାଶ୍ମୀର ବରଫାବୃତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ଥ ହେବ ପରେ ପାଇଲଟ ଓ କୋପାଇଲଟ ପାରାଚୁଟ ମାଧ୍ୟମରେ ତଳକୁ ଆସିଥିଲେ । ତେବେ ପାଇଲଟ ଓ କୋପାଇଲଟ ଏବେ ସୁରକ୍ଷିତ ଅଛନ୍ତି କି ନାହିଁ ଏନେଇ ଭାରତୀୟ ସେନା କାର୍ଯ୍ୟାଳୟ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି । ଦୁର୍ଘଟଣାଗ୍ରସ୍ତ ହେଲିକାପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସୂଚନା ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ଗୁରେଜ ଏଲସଡିଏମ୍ କହିଛନ୍ତି ।