spot_img

Latest Posts

ହିନ୍ଦୁ ଝିଅଙ୍କ ଧର୍ମ ପରିବର୍ତ୍ତନ ପାଇଁ ଏମିତି ରହିଛି ଲଭ୍ ଜିହାଦ ଗ୍ୟାଙ୍ଗର ରେଟ୍ ଚାର୍ଟ୍

ନନ୍ଦିଘୋଷ ବ୍ୟୁରୋ: ଖୋଲୁଛି ଧର୍ମାନ୍ତରିକରଣର ଗୁପ୍ତ ପେଡ଼ି ସହିତ ଚାଙ୍ଗୁର ବାବାଙ୍କ ଗୁମର। ଧର୍ମାନ୍ତରିକରଣ ନାଁରେ ହେଉଥିଲା କୋଟି କୋଟି ଟଙ୍କାର ରୋଜଗାର । ବିଭିନ୍ନ ଧର୍ମ ପାଇଁ ଥିଲା ବିଭିନ୍ନ ରେଟ୍ ଚାର୍ଟ । ଧର୍ମ ଦେଖି ହେଉଥିଲା ପଇସାର କାରବାର । ଉତ୍ତର ପ୍ରଦେଶର ବଳରାମପୁରରେ ଅବୈଧ ଧର୍ମାନ୍ତରୀକରଣର ଏକ ବଡ଼ ନେଟୱାର୍କର ପର୍ଦ୍ଦାଫାସ ହେବା ପରେ ବଡ଼ ବଡ଼ ଖୁଲାସା ହେଉଛି। ଗ୍ୟାଙ୍ଗର ନେତା ଜମାଲୁଦ୍ଦିନ ଓରଫ ଚାଙ୍ଗୁର ବାବା ଏବଂ ସହଯୋଗୀ ନୀତୁ ରୋହରା ଓରଫ ନସରିନଙ୍କୁ ୟୁପି ଏଟିଏସ ଗିରଫ କରିଛି। ଜମାଲୁଦ୍ଦିନଙ୍କ ବିରୋଧରେ ଝିଅମାନଙ୍କୁ ପ୍ରଲୋଭନ ଦେଖାଇ ବଳପୂର୍ବକ ଧର୍ମାନ୍ତରୀକରଣ କରିବାର ଅଭିଯୋଗ ରହିଛି। ପ୍ରକାଶ ପାଉଛି ଯେ ଏହି ନେଟୱାର୍କ ବିଦେଶରୁ ୧୦୦ କୋଟି ଟଙ୍କାରୁ ଅଧିକ ପାଣ୍ଠି ପାଇଛି। ଏହି ନେଟୱାର୍କ ଦୀର୍ଘ ଦିନ ଧରି ବଳରାମପୁରର ଉତରୌଲା ସହରରେ ଚାଲୁଥିଲା।

ହିନ୍ଦୁ ଝିଅଙ୍କ ପାଇଁ ଥିଲା ରେଟ୍ ଚାର୍ଟ୍

ଏହି ଗ୍ୟାଙ୍ଗରେ ହିନ୍ଦୁ ଝିଅମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ଫିସ୍ ସ୍ଥିର କରାଯାଇଥିଲା। ବ୍ରାହ୍ମଣଳ ଠାକୁର ଏବଂ ଶିଖ ଝିଅମାନଙ୍କର ଧର୍ମାନ୍ତରୀକରଣ ପାଇଁ ୧୫ ରୁ ୧୬ ଲକ୍ଷ ଟଙ୍କା ଦିଆଯାଇଥିଲା । ପଛୁଆ ଜାତିର ଝିଅମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ଦିଆଯାଇଥିଲା। ଅନ୍ୟ ଜାତି ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏଜେଣ୍ଟମାନଙ୍କ ମାଧ୍ୟମରେ ଧର୍ମାନ୍ତରୀକରଣର ଖେଳ

ଏଡିଜିପି ଅମିତାଭ ଯଶ କହିଛନ୍ତି ଯେ ବଳରାମପୁରର ଉତରୌଲା ସହରରେ ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନ ବାବା ନାମକ ଜଣେ ବ୍ୟକ୍ତି ନିଜକୁ ହାଜି ପୀର ଜଲାଲୁଦ୍ଦିନ ଭାବରେ ପରିଚୟ ଦିଅନ୍ତି। ସେ ଏକ ସଂଗଠିତ ଧର୍ମାନ୍ତରୀକରଣ ନେଟୱାର୍କ ଚଳାଉଛନ୍ତି। ଏହା ପ୍ରକାଶ ପାଇଛି ଯେ ଅଭିଯୁକ୍ତ ତାଙ୍କ ଏଜେଣ୍ଟମାନଙ୍କ ମାଧ୍ୟମରେ ଝିଅମାନଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ ପାଇଁ ପ୍ରେରଣା ଦେଉଥିଲେ। ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ନେଟୱାର୍କକୁ ୧୦୦ କୋଟି ଟଙ୍କାରୁ ଅଧିକ ବିଦେଶୀ ପାଣ୍ଠି ମିଳିଛି, ଯାହା ଧର୍ମାନ୍ତରୀକରଣ କାର୍ଯ୍ୟରେ ବ୍ୟବହୃତ ହେଉଥିଲା।

ଉପସାଗରୀୟ ଦେଶଗୁଡ଼ିକରୁ ୧୦୦ କୋଟି ଟଙ୍କାର ପାଣ୍ଠି

ଏଡିଜିପିଙ୍କ ଅନୁଯାୟ ଜମାଲୁଦ୍ଦିନ ବାବା ଏପର୍ଯ୍ୟନ୍ତ ୪୦ରୁ ୫୦ ଥର ଇସଲାମିକ ଦେଶ ଗସ୍ତ କରିସାରିଛନ୍ତି। ସେ ବଳରାମପୁରରେ ଅନେକ ସମ୍ପତ୍ତି ମଧ୍ୟ କିଣିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ୟୁପି ଏଟିଏସ୍ ତଦନ୍ତ କରୁଛି। ବର୍ତ୍ତମାନ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଏବଂ ଏସଟିଏଫ୍ କହିଛି ଯେ ଏହି ନେଟୱାର୍କର ପ୍ରସାର ସମଗ୍ର ଭାରତରେ ବ୍ୟାପିଛି। ବିଦେଶୀ ପାଣ୍ଠି ସାମ୍ନାକୁ ଆସିଛି ବିଶେଷକରି ଉପସାଗରୀୟ ଦେଶଗୁଡ଼ିକରୁ ଯାହାର ତଦନ୍ତ କରାଯାଉଛି।

ମୁମ୍ବାଇର ତିନି ଜଣଙ୍କର କରାଯାଇଥିଲା ବ୍ରେନଓ୍ବାଶ

ବଳରାମପୁରର ଥାନା ଉତରୌଲାର ମାଧପୁର ଗ୍ରାମର ଚାଙ୍ଗୁର ବାବା, ନସରିନ ଏବଂ ମେହବୁବଙ୍କ ସମେତ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଅଭିଯୋଗ ହୋଇଛି ଯେ ସେମାନେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଦେଶୀ ପାଣ୍ଠିରେ ବଙ୍ଗଳା, ବିଳାସପୂର୍ଣ୍ଣ କାର ଏବଂ ଶୋ’ରୁମ୍ କିଣିଥିଲେ। ଚାଙ୍ଗୁର ବାବା ଓରଫ ଜମାଲୁଦ୍ଦିନ, ମୁମ୍ବାଇ ବାସିନ୍ଦା ନବୀନ ଘନଶ୍ୟାମ ରୋହରା, ତାଙ୍କ ପତ୍ନୀ ନୀତୁ ଏବଂ ଝିଅ ସମାଲେଙ୍କ ବ୍ରେନଓ୍ବାଶ କରିଥିଲା । ଏବଂ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରୁଥିଲା । ଧର୍ମାନ୍ତରୀକରଣ ପରେ, ତିନିଜଣ ଜମାଲୁଦ୍ଦିନ, ନସରିନ ଏବଂ ସବିହା ନାମ ନେଇଥିଲେ।

ଲକ୍ଷ୍ନୌର ଗୁଞ୍ଜା ଗୁପ୍ତାଙ୍କ ଧର୍ମ ପରିବର୍ତ୍ତନ

ସେହିପରି ଅଭିଯୁକ୍ତ ଆବୁ ଅନସାରୀ ଲକ୍ଷ୍ନୌର ଗୁଞ୍ଜା ଗୁପ୍ତାକୁ ଅମିତ ବୋଲି ପରିଚୟ ଦେଇ ପ୍ରେମ ଜାଲରେ ଫସାଇଥିଲା ଏବଂ ତା’ପରେ ତାକୁ ଚାଙ୍ଗୁର ବାବାଙ୍କ ଦରଘାକୁ ନେଇ ନୀତୁ ରୋହରା ଏବଂ ଜମାଲୁଦ୍ଦିନଙ୍କ ସହାୟତାରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ତାଙ୍କର ନୂତନ ନାମ ଅଲିନା ଅନସାରୀ ରଖାଯାଇଥିଲା।

Latest Posts

Don't Miss