ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ ଭାଇର ମୃତ୍ୟୁ

ଲକ୍ଷ୍ନୌ : ସାନ ଭାଇର ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ ଭାଇର ଜୀବନ । ଉତ୍ତର ପ୍ରଦେଶ ଜାଲୈନ ଜିଲ୍ଲା କାଞ୍ଚ ଥାନା ଅଞ୍ଚଳରୁ ଆସିଛି । ଦୁଇ ଭାଇଙ୍କ ଶବ ଏକା ସାଙ୍ଗରେ ଉଠିଛି । ଖାଲି ପରିବାର କାହିଁକି ଏହି ଘଟଣାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି ।
ଶୁକ୍ରବାର ମଧ୍ୟ ରାତ୍ୟୀରେ ୭୩ ବର୍ଷିୟ ରାମଚରଣ ପ୍ରଜାପତି ଶୌଚ କରିବା ପାଇଁ ବାହାରକୁ ଯାଇଥିଲେ । ଫେରିବା ସମୟରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ରାତି ବହୁତ ଥିବାରୁ କେହି ଜାଣିପାରିନଥିଲେ । ଶନିବାର ସକାଳେ ଲୋକ ଦେଖିବା ପରେ ମୃତ୍ୟୁ ଖବର ଚାରିଆଡେ ଖେଳିଯାଇଥିଲା । ଏହି ଖବର ବଡ ଭାଇ ତୁଳାରାମ (୮୦)ଙ୍କୁ ମିଳିଲା, ସେ ଭାଇକୁ ଦେଖିବା ପାଇଁ ବାହାରି ଗଲେ । ତାଙ୍କର ବୟସ ଅଧିକ ଥିବାରୁ ତାଙ୍କ ଅଧରାସ୍ତାରେ ଲୋକ ଅଟକାଇଥିଲେ । ଆଉ ଘଣକୁ ଆସି ତୁଳାରାମ ଖଟ ଉପରେ ଚୁପଚାପ ଶୋଇ ରହିଲେ । ସେଠାରେ ତାଙ୍କର ପ୍ରାଣବାୟୁ ଉଠିଯାଇଥିଲା । ତାଙ୍କ ବିୟୋଗରେ ପରିବାରରେ ଦୁଃଖର ପାହାଡ ପଡିଯାଇଥିଲା ।
ପୋଲିସ ସାନ ଭାଇର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି ।