spot_img

Latest Posts

ବିବାହିତା ଝିଅ ଖାଦ୍ୟରେ ବିଷ ମିଶାଇଥିବା ଅଭିଯୋଗ, ୬ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଯାଜପୁର : ପାରିବାରିକ କଳହକୁ ନେଇ ଅମାନବିକ ଘଟଣା। ଯାଜପୁର ମଙ୍ଗଳପୁର ଥାନା କନିକାପଡା ଗ୍ରାମରେ ଜଣେ ବିବାହିତା ଝିଅ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ପରିବାରର ୬ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି। ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଅଢେଇ ବର୍ଷର ଶିଶୁ କନ୍ୟା ଓ ଜଣେ ଯୁବକଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ସେମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ। କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ପରେ ବିଷାକ୍ତ ଖାଦ୍ୟ ସମ୍ପର୍କରେ ଡାକ୍ତର ସୂଚନା ଦେଇଥିଲେ। ୬ ମାସ ତଳେ ଉମାକାନ୍ତ ଓଝାଙ୍କ ଝିଅଙ୍କ ବିବାହ ଠିକ୍ ହୋଇଥିବାବେଳେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମବିବାହ କରିବାକୁ ଘର ଛାଡ଼ି ପଳାଇଥିଲେ। ଯିବା ସମୟରେ ଘରୁ ସୁନା, ଟଙ୍କା, ସ୍କୁଟର ସହ ଅନ୍ୟାନ ଜିନିଷ ସାଥିରେ ନେଇଯାଇଥିଲେ। ଏହାକୁ ପରିବାର ଲୋକ ବିରୋଧ କରିଥିଲେ, ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପକୀୟ ଭାଇମାନେ ଆଣି ଝିଅ ଜ୍ୱାଇଁଙ୍କୁ ସେମାନଙ୍କ ପାଖରେ ରଖିଥିଲେ। ତେବେ ଘଟଣାକୁ କେନ୍ଦ୍ର କରି କଳହ ଲାଗିରହିବାରୁ ଥାନାରେ ୨ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା। ବିବାହିତ ଝିଅ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଗତକାଲି ଉମାକାନ୍ତଙ୍କ ସ୍ତ୍ରୀ ଶଶିକଳା ପରିବାର ଲୋକଙ୍କ ଖାଇବାକୁ ଭାତ, ଡାଲି, ତରକାରୀ, ଶାଗ ଭଜା ଆଦି ଘର ସାମ୍ନାରେ ରୋଷେଇ କରିଥିଲେ। ଏହି ସମୟରେ ବିବାହିତ ଝିଅ ସେହିସବୁ ଖାଦ୍ୟରେ ବିଷ ପକାଇଦେଇଥିବା ଅଭିଯୋଗ ହୋଇଛି।

Latest Posts

Don't Miss