spot_img

Latest Posts

ସାକାର ହେଲା ଲୋକଙ୍କ ଦୀର୍ଘଦିନର ସ୍ଵପ୍ନ

ଯାଜପୁର: ବିକାଶ ଦିଗରେ ଆଉ ପାଦେ ଆଗେଇଛି ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ । ଦୂର ହୋଇଛି ଲୋକଙ୍କ ଦୀର୍ଘଦିନର ପାନୀୟ ଜଳ ସମସ୍ଯା । ରାଜ୍ଯ ସରକାରଙ୍କ ପକ୍ଷରୁ ସୁକିନ୍ଦାରେ ନିର୍ମାଣ ହୋଇଛି ସର୍ବବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ । ପ୍ରତିଘରେ ପହଞ୍ଚୁଛି ବିଶୁଦ୍ଧ ପାନୀୟ ଜଳ । ଏଥିପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

ସାକାର ହେଲା ଲୋକଙ୍କ ଦୀର୍ଘଦିନର ସ୍ଵପ୍ନ । ଦୂର ହେଲା ଉତ୍କଟ ପାନୀୟ ଜଳ ସମସ୍ଯା । ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ସୁକିନ୍ଦାରେ ନିର୍ମାଣ ହୋଇଛି ସର୍ବବୃହତ ମେଗା ଜଳ ଯୋଗାଣ ପ୍ରକଳ୍ପ। ଯାହା ସମଗ୍ର ସୁକିନ୍ଦା ବ୍ଲକକୁ ଜଳ ଯୋଗାଉଛି । ଏହି ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ଯକ୍ଷମ ହେବାପରେ ସୁକିନ୍ଦା ବାସୀଙ୍କର ପାନୀୟ ଜଳ ସମସ୍ଯା ଦୂର ହୋଇଛି । ନଗଡା ଓ ଅନ୍ଯ ପାହାଡିଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଣ ହେଉଛି । ଯାହାକୁ ନେଇ ବେଶ ଖୁସି ଅଛନ୍ତି ସୁକିନ୍ଦା ବାସୀ । ଏଥିପାଇଁ ରାଜ୍ଯ ସରକାର ଓ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।

ସୁକିନ୍ଦା ବ୍ଲକ ଅତା ପଞ୍ଚାୟତର ରାଜଗୋଲା ନିକଟରେ ମେଗା ଜଳ ଯୋଗାଣ ପ୍ରକଳ୍ପର ମୁଖ୍ୟ ପରିଚାଳନା କେନ୍ଦ୍ର ଓ ବିଶୋଧନାଗାର ପ୍ରତିଷ୍ଠା କରାଯାଇଛି । ବ୍ରାହ୍ମଣୀ ନଦୀରୁ ଜଳ ଉଠାଯାଇ ଏଠାରେ ବିଶୋଧନ କରାଯିବା ପରେ ବିଭିନ୍ନ ପଞ୍ଚାୟତରେ ନିର୍ମିତ ଓଭରହେଡ୍ ଟାଙ୍କିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୨୦୨୦ ମସିହା ଜୁଲାଇରେ ମେଗା ପ୍ରକଳ୍ପର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା। ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ ଏହାର ଶିଳାନ୍ୟାସ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଗତ କିଛିମାସ ହେବ ଏହା କାର୍ଯ୍ୟକ୍ଷମ ହୋଇଛି। ପ୍ରତି ଘରକୁ ପାଇପ୍ ଯୋଗେ ବେଶ୍ ସହଜରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରୁଛି।

 

Latest Posts

Don't Miss