ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିଲେ ବିଶ୍ୱ ହିନ୍ଦୁ ପରିଷଦର ନେତା

1 min read

ପୁରୀ: ସେକ୍ସ ସ୍କାଣ୍ଡାଲରେ ଧରାପଡ଼ିଲେ ବିଶ୍ୱ ହିନ୍ଦୁ ପରିଷଦର ନେତା ଚିନ୍ମୟ ସ୍ୱରୂପ ପଣ୍ଡା । ପୁରୀର ଏକ ଆପାର୍ଟମେଣ୍ଟରୁ ଅସଂଜତ ଅବସ୍ଥାରେ ତାଙ୍କୁ ଗିରଫ କରାଯାଇଛି । କେବଳ ଚିନ୍ମୟ ପଣ୍ଡା ନୁହଁନ୍ତି ତାଙ୍କ ସହ ଆଉ ଜଣେ ସହଯୋଗୀଙ୍କୁ ମଧ୍ୟ ଏହି ଘଟଣାରେ ପୋଲିସ ଗିରଫ କରିଛି । ଚିନ୍ମୟ ପଣ୍ଡାଙ୍କ ସାଙ୍ଗ ତଥା ସହଯୋଗୀ ଜଣକ ହେଉଛନ୍ତି ଚିନ୍ମୟ ରଞ୍ଜନ ରାଉତ । ତେବେ ଆପାର୍ଟମେଣ୍ଟ ରୁମ୍‌ରୁ ସେମାନଙ୍କୁ ଗିରଫ କରିବା ସହ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।

ଜଣେ ଯୁବତୀଙ୍କ ସହ ଅସଂଯତ ଅବସ୍ଥାରେ ଥିବା ବେଳେ ପୋଲିସ ଦୁି ଜଣଙ୍କୁ ଗିରଫ କରିଛି । ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ୍ ଆପାର୍ଟମେଣ୍ଟର ରୁମ୍ ନମ୍ବର-୧୦୩ରୁ ସେମାନଙ୍କୁ ଗିରଫ କରାଯାଇଛି । ଉଭୟ ନେତା ଯାଜପୁରର ବୋଲି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।

Krishna Sea site

ସୂଚନାଯୋଗ୍ୟ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ଆପାର୍ଟମେଣ୍ଟରେ ସେକ୍ସ କାରବାର ଚାଲୁଥିବା ଖବର ପାଇ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା । ଏକ ଟ୍ୱିଟ୍‌‌ ଜରିଆରେ ପୋଲିସ ଏହି ସୁରାକ୍‌ ପାଇଥିଲା । ଗିରଫ ୨ ଯୁବକଙ୍କୁ ବ୍ଲାକମେଲ୍ କରାଯାଉଥିବା ନେଇ ଟ୍ୱିଟ୍ କରାଯାଇଥିଲା । ପୂର୍ବ ଶତ୍ରୁତାକୁ ନେଇ କେହି ଜାଣିଶୁଣି ଏଭଳି ଘଟଣା ଘଟାଇଥିବା ପୁରୀ ଏସ୍‌ପି କହିଛନ୍ତି । ଏହି ଘଟଣାରେ ମୋଟ୍ ୩ ଜଣଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି ।

ତେବେ କେବଳ ସେତିକି ନୁହେଁ ଏହି ନେତାଙ୍କ ସହ ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ପୁରୀରେ ଘୂରି ବୁଲୁଛି । ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଫଟୋଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ଭାବେ ଜଣା ପଡୁଛି ।

Leave a Reply