ପିଇଓଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର, ବିଜେପିର ୧୨ ଘଣ୍ଟିଆ ଯାଜପୁର ବନ୍ଦ

1 min read

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ବିଜେପିର ପ୍ରତିନିଧି ଦଳ ଗତକାଲି ଡିଜିପିଙ୍କୁ ଭେଟିବା ପରେ ଆଜି ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦେଇଛି । ବିଭିନ୍ନ ସ୍ଥାନରେ ପିକେଟିଂ କରି ଦଳ ପକ୍ଷରୁ ଦୋକାନ ବଜାର ବନ୍ଦ କରାଯାଉଛି । ବିଜେଡି ଏହାର ରାଜନୀତିକରଣ କରାନଯାଉ ବୋଲି କହିବା ସହ ପୋଲିସ ତଦନ୍ତ ଉପରେ ଭରସା କରିବାକୁ କହିଛି । ବନ୍ଦ ଯୋଗୁଁ କିଛି ସ୍ଥାନରେ ଲୋକଙ୍କୁ ହଇରାଣ ହରକତ୍ ହେବାକୁ ପଡୁଛି । ')}

Leave a Reply