ଡ୍ୟୁଟି ବେଳେ ମଦ୍ୟପାନ, ନିଲମ୍ବିତ ହେଲେ ୪ ପୋଲିସ କର୍ମଚାରୀ

Jajpur SP Suspends Four Cops For Drinking In Duty Time

ଯାଜପୁର: ଡ୍ୟୁଟି ସମୟରେ ମଦ୍ୟପାନ କରିବା ମହଙ୍ଗା ପଡ଼ିଛି । ୪ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ଫାଣ୍ଡିର ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସପି ରାହୁଲ ପି.ଆର୍ । ନିଲମ୍ବିତଙ୍କ ମଧ୍ୟରେ ୨ ଜଣ କନେଷ୍ଟବଳ ତପନ ଦାସ, ସଞ୍ଜୟ ଭୋଳ ଏବଂ ଅନ୍ୟ ୨ଜଣ ଓଏପିଏଫ ଯବାନ ବେଣୁଧର ଖଟୁଆ ଓ ଅନନ୍ତ ଚରଣ ସାମଲ ରହିଛନ୍ତି ।

Jajpur SP Suspends Four Cops For Drinking In Duty Time

ଫାଣ୍ଡିରେ ଡ୍ୟୁଟି କରୁଥିବା ସମୟରେ ମଦ୍ୟପାନ କରିଥିବାରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । ଗତ ୧୯ ତାରିଖ ସନ୍ଧ୍ୟାରେ ଯାଜପୁର ଏସପି ରାହୁଲ ପି.ଆର କଟକରୁ ଯାଜପୁର ଫେରୁଥିବା ସମୟରେ ଜାରକା ନିକଟରେ ରାସ୍ତାରେ ପ୍ରବଳ ଭିଡ଼ ଥିବାରୁ ଅଟକି ଥିଲେ । ଫଳରେ ରାସ୍ତା କଡ଼ରେ ଥିବା ଜାରକା ଫାଣ୍ଡିକୁ ଏସପି ଅଚାନକ ଯାଇଥିଲେ । ସେ ସମୟରେ ଫାଣ୍ଡିରେ ଉପସ୍ଥିତ ଥିବା ଏହି ପୋଲିସ କର୍ମଚାରୀ ମାନେ ମଦ୍ୟପାନ କରିଥିବା ଏସପି ଜାଣି ପାରିଥିଲେ ।

Jajpur SP Suspends Four Cops For Drinking In Duty Time

ଏହାପରେ ଏସପି ସେମାନଙ୍କୁ ଧର୍ମଶାଳା ଥାନାକୁ ପଠାଇବା ସହ ସେମାନଙ୍କର ମେଡିକାଲ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଟେଷ୍ଟରୁ ସେମାନେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଥିଲା । ଏହି ଆଧାରରେ ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଯାଜପୁର ଏସ.ପି ରାହୁଲ ପି.ଆର ସୂଚନା ଦେଇଛନ୍ତି ।

Leave a Reply