ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଯାଜପୁର: ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ । ଯାଜପୁର ସହରର ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ବିପୁଳ ଜାଲ୍ ନୋଟ୍ ଜବତ କରିଛି ପୋଲିସ । ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ୍ ଓ ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଥିବା ଜଣାପଡ଼ିଛି । ମାମଲାରେ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ।

Jajpur Police Seized Fake Notes Worth 13 Lakhs, One Arrested

ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫଙ୍କ ନିକଟରୁ ଜାଲ୍ ନୋଟ୍ ସହ ଜାଲ୍ ନୋଟ ପ୍ରସ୍ତୁତ ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର୍ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ ମଧ୍ୟାହ୍ନରେ ପ୍ରେସମିଟରେ ବିସ୍ତୃତ ସୂଚନା ଦେବ ପୋଲିସ । ଜାଲ୍ ନୋଟ କାରବାରର ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି ।

Leave a Reply