spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିଲେ ଯାଜପୁର ବିଧାୟକ

ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ। ଓଡ଼ିଶା ବାସୀଙ୍କ ସ୍ନେହା ଶ୍ରଦ୍ଧା ହୃଦୟ ଜିତି ଲଗାତର ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ । ଯାହା ଦେଶରେ ବିରଳ ରେକର୍ଡ । ୨୨ ବର୍ଷ ତଳେ ଓଡିଶା ରାଜନୀତିରେ ପ୍ରବେଶ କରିଥିବା ନବୀନ ଆଜି ଯାଏଁ ଅପରାଜେୟ ଓ ଅପ୍ରତିଦ୍ଵନ୍ଦୀ ନେତା ଭାବେ ଓଡିଶାରେ ନିରବଚ୍ଛିନ୍ନ ଶାସନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଆରା ଭାବେ ପାଳନ କରିଛନ୍ତି । ଆଜି ପ୍ରାତଃ ସମୟରେ ପ୍ରଣବ ମା’ ବିରାଜଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ସାମୂହିକ ଦୀପ ଦାନ କରି ନବୀନଙ୍କ ଦୀର୍ଘାୟୁ କାମନା କରିବା ସହ ସୁସ୍ଥ ଜୀବନ ଯାପନ ପାଇଁ ପ୍ରାର୍ଥନା କରିଛନ୍ତି। ପରେ ଯାଜପୁର ଜାହାନପୁର ଗ୍ରାମରେ ‘ଆମ ଗାଁକୁ ଆମେ ଗଢିବୁ କାର୍ଯ୍ୟକ୍ରମ’ରେ ଯୋଗଦେଇଥିଲେ । ଏଥିରେ ଯାଜପୁର ନିର୍ବାଚନ ମଣ୍ଡଳୀର ଅନେକ କର୍ମକର୍ତ୍ତାଙ୍କ ସହ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ ।

ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସବୁ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶକୁ ପାଥେୟ କରି କାର୍ଯ୍ୟ କରିଥାନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ମଧ୍ୟ ସେ ଅଧିକ ଗୁରୁତ୍ବ ଦେଇଥାନ୍ତି । ଜନ୍ମଦିନ ଅବସରରେ ଯାଜପୁର ଗଣେଶ ମଣ୍ଡପରେ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ମହିଳା ମାନଙ୍କ ଦ୍ଵାରା କରାଯାଇଥିଲା । ଏଥିରେ ପାଖାପାଖି ୩୦୦ ମହିଳା ରକ୍ତଦାନ କରିଥିଲେ । ବରୀ ବିଧାୟିକା ସୁନନ୍ଦା ଦାସ ଏହାର ନେତୃତ୍ୱ  ନେବା ସହ ପ୍ରଣବଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକୁ ପ୍ରସଂଶା କରିଥିଲେ ।

ସମଗ୍ର ରାଜ୍ୟରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ୭୪ ତମ ଜନ୍ମଦିନକୁ ପାଳନ କରାଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର, ବୃକ୍ଷ ରୋପଣ, ମେଡିକାଲ ସଫେଇ ଭଳି ସମାଜସେବା କାର୍ଯ୍ୟ ନିଆରା ଉଦାହରଣ ସୃଷ୍ଟି କରିଛି । ')}

Latest Posts

Don't Miss