ହୋଲି ଖେଳ ପରେ ଗାଧୋଇବା ବେଳେ ଅଘଟଣ: ବୁଡ଼ି ଯାଇ ଜଣଙ୍କ ମୃତ୍ୟୁ, ୫ ନିଖୋଜ

ଯାଜପୁର: ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ । ଯାଜପୁର ଟାଉନ ଥାନା ବଡ଼ ସୁଆର ଅଞ୍ଚଳରେ ଖରସ୍ରୋତା ନଦୀରେ ବୁଡ଼ି ଗଲେ ୭ ଜଣ । ଗାଧୋଇବା ବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ଏବେ ବି ୫ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନଶିମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କରାଯାଇଥିବା ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି ।