ଯାଜପୁରରୁ ବିଶାଖାପାଟ୍ଟଣମ୍ ଲମ୍ବିଛି ଜାଲ୍ ନୋଟ୍ କାରବାର

Jajpur Fake Note Case, Accused Chandramani Arrested For Third Time With In 5 Tears

ଯାଜପୁର: ଭଡ଼ାଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ମାମଲାରେ ପୋଲିସର ବଡ଼ ଖୁଲାସା । ରାଜ୍ୟ ବାହାରକୁ ଲମ୍ବିଛି ଜାଲ୍ ନୋଟ୍ କାରବାର ଚେର୍ । ୫ ବର୍ଷ ମଧ୍ୟରେ ତିନି ତିନଥର ଜାଲ୍ ନୋଟ ମାମଲାରେ ଗିରଫ ହେଲାଣି ଅଭିଯୁକ୍ତ । ବିଳମ୍ବିତ ରାତିରେ ଯାଜପୁର ପୋଲିସ ରେଡ୍ କରି ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଥିଲା । ମାମଲାରେ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Jajpur Fake Note Case, Accused Chandramani Arrested For Third Time With In 5 Tears

ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା ଛଞ୍ଚଣା ଗାଁର ଚନ୍ଦ୍ରମଣି ବଳ । ସେ ସନ୍ଥ ମହାଦେବ ନିକଟରେ ଏକ ଘରେ ଭଡ଼ାରେ ରହି ଜାଲ୍ ନୋଟ୍ ଛାପୁଥିଲା । ପରେ କୌଶଳକ୍ରମେ ଏହି ଜାଲ୍ ନୋଟକୁ ରାଜ୍ୟ ବାହାରକୁ ପଠାଉଥିଲା ବୋଲି ପୋଲିସ କହିଛି । ବିଶେଷକରି ବିଜୟନଗରମ୍ ଓ ବିଶାଖାପାଟ୍ଟଣମକୁ ଲମ୍ବିଛି ଜାଲ୍ ନୋଟ୍ କାରବାରର ଚେର୍ । ତେବେ ଚନ୍ଦ୍ରମଣି ସହ ଜାଲ୍ ନୋଟ୍ କାରବାରରେ ଆଉ କିଏ ସମ୍ପୃକ୍ତ ପୋଲିସ ସେନେଇ ତଦନ୍ତ ଚାଲିଥିବା କହିଛି ।

ଏଥିସହ ପଢ଼ନ୍ତୁ: ଭଡ଼ା ଘରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ, ଜଣେ ଗିରଫ

ଅଭିଯୁକ୍ତ ଚନ୍ଦ୍ରମଣି ବଳ ପୂର୍ବରୁ ଜାଲ୍ ନୋଟ୍ କାରବାର ପାଇଁ ୨ ଥର ଜେଲ୍ ମଧ୍ୟ ଯାଇଛି । ୨୦୧୭ରେ କାଳିଆପାଣି ଥାନା ଓ ୨୦୨୦ରେ ଯାଜପୁର ରୋଡ୍ ଦାନଗଦୀ ଥାନାରେ ଅଭିଯୁକ୍ତ ଚନ୍ଦ୍ରମଣି ନାଁରେ ମାମଲା ରହିଛି । ତା’ଠାରୁ ପୋଲିସ ୪୨ଟି ୱାନ୍ ସାଇଡ୍ ପ୍ରିଣ୍ଟେଡ୍ ଶହେ ଟଙ୍କିଆ ସହ ପ୍ରିଣ୍ଟର, କାଗଜ, ଷ୍ଟାମ୍ପ ଆଦି ଜବତ କରିଛି । ୨୫ ହଜାର ୧୭ ଟଙ୍କା ଦେଲେ ଅଭିଯୁକ୍ତ ଲକ୍ଷେ ଟଙ୍କାର ଜାଲ୍ ନୋଟ୍ ଦେଉଥିବା ଜଣାପଡ଼ିଛି । ଆବଶ୍ୟକ ହେଲେ ଚନ୍ଦ୍ରମଣିକୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସଡିପିଓ ।

Leave a Reply