ଜୟସ୍ବାଲଙ୍କ ନୂଆ କିର୍ତ୍ତୀମାନ

1 min read

ନନ୍ଦିଘୋଷ ବ୍ୟୁରୋ: ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି । ସ୍ପିନରଙ୍କ ଧମାକା ବଳରେ ଭାରତର ବଡ଼ ବିଜୟ । ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ  । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ଟାର୍ଗେଟକୁ ପିଛା କରି ନ ୱିକେଟ ହରାଇ ୧୭୯ ରନରେ ଅଟକି ଯାଇଥିଲା । ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା  । ଓପନିଂ ଯୋଡି ଭାବେ କ୍ୟାପଟେନ ଋତୁରାଜ ଗାଏକୱାଡଙ୍କ ସହ ଜୟସ୍ବାଲ ପଡିଆକୁ ଓହ୍ଲାଇ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ  ।

ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା  । ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା  । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ । ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍‌ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍‌ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବାରେ ହେଉଛନ୍ତି ସବୁଠାରୁ କନିଷ୍ଠ।