୨୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ରେକର୍ଡ କଲେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି
ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ପାଳିରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ଦ୍ବିତୀୟ ପାଳି ଆରମ୍ଭରୁ ଭାରତ ଭଲ ଆରମ୍ଭ କରିଛି । ୧୭୨ ରନର ଭାଗିଦାରୀ କରିଛନ୍ତି ଜୟସ୍ବାଲ ଏବଂ ରାହୁଲ । ରାହୁଲ ୬୨ ଏବଂ ଜୟସ୍ବାଲ ୯୦ ରନର ପାଳି ଖେଳି ଅପରାଜିତ ଅଛନ୍ତି । ସମସ୍ତଙ୍କ ନଜର ଓପନିଂ ଯୋଡ଼ି ଉପରେ ରହିଥିବାବେଳେ ଏହି ଯୋଡ଼ି ଧର୍ଯ୍ୟର ସହ ଖେଳିଥିଲେ । ଅର୍ଦ୍ଧଶତକୀୟ ପାଳି ପରେ ଆସନ୍ତାକାଲି ଶତକ କରିବେ ବୋଲି ମଧ୍ୟ ପ୍ରଂଶସକମାନେ ଆଶା ରଖିଛନ୍ତି । ତେବେ ଏହି ଯୋଡ଼ି ଅଷ୍ଟ୍ରେଲିଆ ମାଟିରେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।
ଓପନିଂ ଯୋଡି ଶତକୀୟ ପାଳି କରିବାର ରେକର୍ଡ କରିଛନ୍ତି । ଏହାପୂର୍ବରୁ ଅର୍ଥାତ ୨୦୦୪ ମସିହାରେ ବିରେନ୍ଦ୍ର ସେହଓ୍ବାଗ ଏବଂ ଆକାଶ ଚୋପ୍ରା ଯୋଡ଼ି ୧୪୧ ଏବଂ ୧୨୩ ରନର ପାଳି ଖେଳିଥିଲେ । ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟରେ ଏହି ରେକର୍ଡ କରିଥିଲେ । କିନ୍ତୁ ଏବେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି ବଡ଼ ରେକର୍ଡ କରିଛନ୍ତି । ତୃତୀୟ ସ୍କୋର ଭାବେ ରହିଛି ରୋହିତ ଏବଂ ଗିଲଙ୍କ ଭାଗିଦାରୀ ସ୍କୋର । ଗିଲ ଏବଂ ରୋହିତ ୭୧ ରନର ପାଳି ଖେଳିଥିଲେ ।
କହି ରଖୁଛୁ କି, ପ୍ରଥମ ଦିନରେ ଉଭୟ ଦଳ ଗୋଟିଏ ଦିନରେ ୧୭ ଓ୍ବିକେଟ ହରାଇଥିଲେ । ପେସର ବୋଲରଙ୍କୁ ଏହି ପିଚ୍ ସୁହାଇଥିଲା । ବ୍ୟାଟ୍ସମ୍ୟାନମାନେ ହାତ ବାନ୍ଧି ବସିଥିଲେ । କିନ୍ତୁ ଦ୍ବିତୀୟ ପାଳିରେ ଏବଂ ଦ୍ବିତୀୟ ଦିନରେ ବ୍ୟାଟ୍ସମ୍ୟାନ ଚମକିଥିଲେ । ଭାରତୀୟ ଓପନର ଜୟସ୍ବାଲ ଏବଂ ରାହୁଲ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତ ଦ୍ବିତୀୟ ଦିନ ଖେଳ ସୁଦ୍ଧା ୨୧୮ ରନର ଲିଡ୍ ଦେଇଛି ।