ଏହି ରାଜ୍ୟରେ ବ୍ୟାନ ହେଲା ସିଙ୍ଗଡା-କଚୋଡ଼ି !
ଜୟପୁର: ଏହି ରାଜ୍ୟରେ ବ୍ୟାନ ହେଲା ସିଙ୍ଗଡ଼ା ଏବଂ କଚୋଡ଼ି । ଆପଣ ଭାବୁଥିବେ ଏହାକୁ ବ୍ୟାନ କରିବା କାହିଁକି ଆବଶ୍ୟକ ପଡ଼ିଲା । ଏହା ତ ଏତେ ଖରାପ ଖାଦ୍ୟ ନୁହେଁ । ଆମ ଦେଶର କୋଣ ଅନୁକୋଣରେ ଏହି ସିଙ୍ଗଡ଼ା ଏବଂ କଚୋଡ଼ି ଲୋକେ ପେଟ ପୁରାଇ ଖାଇଥାନ୍ତି । ସ୍କୁଲ କଲେଜ, ଅଫିସ ଏବଂ ଯେ କୌଣସି ଅନୁଷ୍ଠାନରେ କିଛି ଗୋଟେ କାର୍ଯ୍ୟକ୍ରମ ହେଲେ ଖାଇବାରେ ଆଗ ସିଙ୍ଗଡ଼ା କଚୋଡ଼ି ଦିଆଯାଏ । କିନ୍ତୁ ଏବେ ସରକାର ଏହାକୁ ବ୍ୟାନ୍ କରିଛନ୍ତି । ଜୟପୁରରେ ସରକାରୀ ମିଟିଂରେ ଏବେ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ଏଥିପାଇଁ ମେନ୍ୟୁ ତିଆରି କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାର ମେନ୍ୟୁ ଭାଇରାଲ ହେବାରେ ଲାଗିଛି । ସିଙ୍ଗଡ଼ା କଚୋଡ଼ି ଏବଂ ଜିଲାପି ବଦଳରେ ରେଷ୍ଟେଡ ଜିନିଷ ମିଳିବ ଯାହା ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥିବ ।
ତେଲ ଜିନିଷ ଖାଉଥିବାରୁ ସରକାରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ୁଛି ଏଥିପାଇଁ ସେମାନଙ୍କୁ ଆଉ ତେଲ ଛଣା ଜିନିଷ ଦିଆଯିବ ନାହିଁ । ମିଟିଂ ବେଳେ ଏବେ ରୋଷ୍ଟେଡ ଚଣା, ରୋଷ୍ଟେଡ ବାଦାମ, ମଲଟି ଗ୍ରୀନ୍ ଥିବା ଖାଦ୍ୟ ଇତ୍ୟାଦି ଦିଆଯିବ । ପିଇବା ପାଣିକୁ ନେଇ ବି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ଲାଷ୍ଟିକ୍ ବଟଲ ବଦଳରେ କାଚ ଗ୍ଲାସରେ ପାଣି ଦିଆଯିବ । ବଦଳିଥିବା ଏହି ସବୁ ଜିନିଷ ଏବେ ସଚିବାଳୟର ବିଭିନ୍ନ ବୈଠକରେ ଦେଖାଯିବ । ଏଥିପାଇଁ ଅର୍ଡର ପାସ୍ ହୋଇସାରିଛି ।