ଜେଲ୍‌ କୋଠରୀରୁ ଅପରେସନ ଥିଏଟର, କେମିତି ଥିଲା ୧୪ ବର୍ଷର ଯାତ୍ରା ?

କର୍ଣ୍ଣାଟକ: ସ୍ୱପ୍ନକୁ ପୂରା କରିବାର ଆଶା ଗୋଟିଏ ଦୋଷୀକୁ ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଦୃଢ଼ ଆଶା ଓ ବାଧା ବିଘ୍ନକୁ ଏଡ଼ାଇ ଦେଇ ସଫଳତାର ଶିଡ଼ିରେ ପହଞ୍ଚାଇଥାଏ । ଏହା କହିବାର କାରଣ ହେଉଛି ଗୋଟିଏ ହତ୍ୟାକାରୀ ଏବେ ଡ଼ାକ୍ତର ହୋଉଛନ୍ତି ।

ଜେଲର କଳା କୋଠରୀ ଭିତରୁ ଧଳା ଫର ଫର ଡ଼ାକ୍ତରୀ କୋର୍ଟ ପିନ୍ଧି ବାହାରି ଆସିଛନ୍ତି

ଯେଉଁ ହାତ ଦିନେ କାହାର ଜୀବନ ନେଇଥିଲା ସେହି ହାତ ଏବେ ମଣିଷକୁ ବଞ୍ଚାଇବାର ପଣ ନେଇଛି ।

ହଁ ମର୍ଡରର ଏବେ ପାଲଟିଛନ୍ତି ଡ଼ାକ୍ତର ବାବୁ ।

ଆମେ କହୁଛୁ କର୍ଣ୍ଣାଟକ କୁଲାବୁରାଗୀ ଅଞ୍ଚଳର ସୁବାଷ ପାଟିଲଙ୍କ କଥା । ଯିଏ ଏବେ ୪୦ ବର୍ଷରେ ନିଜର ଡାକ୍ତର ହେବାର ସ୍ୱପ୍ନକୁ ପୁରା କରିଛନ୍ତି । ସୁବାଷ ଛୋଟବେଳେ ସ୍ୱପ୍ନ ଦେଖିଥିଲେ ବଡ଼ ହେଲେ ଡାକ୍ତର ହେବେ  । ସେହି ଆଶା ନେଇ ୧୯୯୭ ମସିହାରେ ଏମ୍‌ବିବିଏସ୍‌ ହେବା ପାଇଁ ପ୍ରଥମେ ସୋପାନରେ ପାଦ ଥାପିଥିଲେ । କିନ୍ତୁ ସୁବାଷଙ୍କୁ ୨୦୦୨ରେ ଏକ ମର୍ଡର କେସରେ ୧୪ ବର୍ଷ ପାଇଁ ଜେଲ ହୋଇଗଲା । ସେତେବେଳକୁ ସୁବାଷଙ୍କର ଏମ୍‌ବିବିଏସ୍‌ରେ ୩ ବର୍ଷ ପାଠ ପଢ଼ା ଚାଲିଥିଲା ।

ଜେଲ ହେଲା ପରେ ବି ସେ ତାଙ୍କର ସ୍ୱପ୍ନର ପିଛା ଛାଡ଼ିନଥିଲେ । ଜେଲରେ ଓପିଡ଼ରେ ସେ ତାଙ୍କର କାର୍ଯ୍ୟ କରିବାକୁ ଲାଗିଲେ । ତାଙ୍କର ଭଲ କାର୍ଯ୍ୟ ଏବଂ ସୁଧୁରିବାକୁ ଲକ୍ଷ କରି ୨୦୧୬ରେ ତାଙ୍କୁ ଜେଲ ଦଣ୍ଡରୁ ମୁକ୍ତ କରିଦିଆଯାଇଥିଲା । ଜେଲରୁ ମୁମୁଳିବା ପରେ ସୁବାଷ ୨୦୧୯ରେ ଡାକ୍ତରୀ ପାଠପଢ଼ା ଶେଷ କରିଥିଲେ ଏବଂ ଏହି କିଛି ମାସ ତଳେ ସୁବାଷ ତାଙ୍କା ଏକ ବର୍ଷ ଇଣ୍ଟର୍ଣ୍ଣସିପ୍‌କୁ ସମାପ୍ତ କରିଛନ୍ତି ।

 

ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, ଯିଏ ସ୍ୱପ୍ନର ପିଛା ଛାଡେନି ତାକୁ ସଫଳତା ବି କେବେ ଛାଡ଼େନି ।

 

Leave a Reply