ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା; ଏଥର ହେବ ସରପ୍ରାଇଜ ଭିଜିଟ

ନନ୍ଦିଘୋଷ ବ୍ୟୁରୋ : ଏଥର ହେବ ସରପ୍ରାଇଜ ଭିଜିଟ । ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ । ଜେଲ ଡିଜି ସୁଶାନ୍ତ ନାଥ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ କରିଛନ୍ତି ସ୍ୱତନ୍ତ୍ର ଚିଠି । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ ।। ଜେଲ ଭିତରେ ଅନେକ ଅନୈତିକ କରବାର ହେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି ।ବିଭିନ୍ନ ସମୟରେ ଜେଲ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ, ମୋବାଇଲ ଫୋନ ଓ ମରଣାସ୍ତ୍ର ମଧ୍ୟ ଜବତ ହୋଇଥାଏ ।
ଏସବୁକୁ ପ୍ରତିରୋଧ କରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି କରାଯାଇଛି । ଗତ ୩ ତାରିଖରେ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଆରି ସାହାଯ୍ୟରେ ସେଲକୁ କାଟି ଦୁହେଁ ଖସି ଚାଲିଯାଇଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଗତକାଲି ବଦଳିଥିଲେ ଚୌଦ୍ୱାର ଜେଲର ଜେଲର । ଚୌଦ୍ୱାର ଜେଲର ସନ୍ତୋସିନୀ ଦାସଙ୍କ ବଦଳି କରାଯାଇଥିଲା । କଣ୍ଟାବାଞ୍ଜି ସବ ଜେଲକୁ ସନ୍ତୋସିନୀଙ୍କ ବଦଳି ହୋଇଥିଲା । ସେପଟେ କଣ୍ଟାବାଞ୍ଜିରେ ଜେଲର ଥିବା ରଘୁରାଜ ମାଝୀଙ୍କୁ ମିଳିଥିଲା ଚୌଦ୍ୱାର ଦାୟିତ୍ୱ ।