ଚୌଦ୍ବାର ଜେଲରେ ଜେଲ୍ ଡିଜି ମନୋଜ ଛାବ୍ରା, ଗୋପାଳର ସୁରକ୍ଷା ନେଇ କରିଛନ୍ତି ଅନୁଧ୍ୟାନ

ଚୌଦ୍ୱାର: ଚୌଦ୍ବାର ଜେଲରେ ଜେଲ୍ ଡିଜି ମନୋଜ ଛାବ୍ରା । ଗୋପାଳର ସୁରକ୍ଷା ନେଇ କରିଛନ୍ତି ଅନୁଧ୍ୟାନ । ଜେଲର ଓ ଜେଲ୍ ଅଧିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଜେଲ୍ ଡିଜି । ସେହିପରି ଗୋପାଳ ରହୁଥିବା ୩ ନମ୍ବର ସେଲରେ ଯାଞ୍ଚ କରିଛନ୍ତି । ଗୋପାଳକୁ ହାଇସିକ୍ୟୁରିଟି ସେଲରେ ରଖାଯାଇଛି । ଗତକାଲି ଗୋପାଳକୁ ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଅଣାଯାଇଛି । ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଥିଲା । ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ । ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି ।

ଆଗକୁ ଜେଲ୍ ମାନୁଆଲ ଅନୁସାରେ ତା’ର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରକୁ ସ୍ଥାନାନ୍ତର କରାଯାଇଛି । ୩ଟି ପର୍ଯ୍ୟାୟ ରିମାଣ୍ଡରେ ଆଣି ଗୋପାଳ ଠାରୁ ହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । କୁହାଯାଉଛି ସବୁ ପ୍ରକାର ପ୍ରମାଣ ପାଇ ସାରିଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତର ଲଭିଏ ସହିତ ନାର୍କୋ, ପଲିଗ୍ରାଫ ଟେଷ୍ଟ କରାଯାଇଛି । ୧୬୪ ଧାରା ଅନୁସାରେ ଅଭିଯୁକ୍ତର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।