spot_img

Latest Posts

କେମିତି ଅଛି ଉଠା ଦୋକାନୀଙ୍କ ସ୍ୱାସ୍ଥ୍ୟ, ଟିକାକରଣ ସହ ସଚେତନ ପାଇଁ ଜୟ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର: କେମିତି ଅଛି ଉଠାଦୋକାନୀଙ୍କ ସ୍ୱାସ୍ଥ୍ୟ ? କରୋନା ଟିକା ନେଇଛନ୍ତି ତ ? ଯଦି ନେଇନାହାଁନ୍ତି ତେବେ କାରଣ କଣ ? ହାଟ ବୁଲିବୁଲି ଏଭଳି ସର୍ଭେ କରୁଛନ୍ତି ସାମାଜିକ ସଂଗଠନ ଜୟ ଓଡ଼ିଶାର ସଦସ୍ୟ। ଉଠାଦୋକାନୀଙ୍କ ଟିକାକରଣ ଏବଂ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝି ସଚେତନ କରୁଛନ୍ତି। ଏ ଦୃଶ୍ୟ ହେଉଛି ଲିଙ୍ଗରାଜ ପରିବା ମାର୍କେଟର। ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଦୋକାନ ସମ୍ମୁଖରେ ‘ମୁଁ ଟିକା ନେଇଛି’ ବୋଲି ପୋଷ୍ଟର ମାରୁଛନ୍ତି ସ୍ୱେଚ୍ଛାସେବୀ। ଏହାସହ ବରିଷ୍ଠ ନାଗରିକମାନେ ମାସ୍କ ବଣ୍ଟନ କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି।

ସ୍ଥିତି ଧିରେ ଧିରେ ସ୍ୱାଭାବିକ ହେଉଥିବା ବେଳେ ଅନ୍‌ଲକ୍ ହେଉଛି ଓଡ଼ିଶା। ତେଣୁ ଏଭଳି ସମୟରେ ବଜାରକୁ ସାମଗ୍ରୀ କିଣିବାକୁ ଆସିଥିବା ଗ୍ରାହକ ଜାଣିବା ଦରକାର ସେ ଯାହାଠୁ ସଉଦା ନେଉଛନ୍ତି ସେ ଟିକା ନେଇସାରିଛନ୍ତି। ଏହାସହ ଯେଉଁମାନେ ଟିକା ନେଇ ନାହାଁନ୍ତି ସେମାନେ କିଭଳି ଟିକା ନେଇପାରିବେ ସେ ବ୍ୟବସ୍ଥା ମଧ୍ୟ ସଂଗଠନ ପକ୍ଷରୁ କରାଯାଉଛି। ସଂଗଠନର ଏଭଳି ପଦକ୍ଷେପକୁ ଉଠାଦୋକାନୀମାନେ ବେଶ୍‌ପ୍ରଶଂସା କରିଛନ୍ତି। ଏବେ ରାଜ୍ୟର ସବୁ ଜିଲ୍ଲାରେ ସଂକ୍ରମଣ ତଳମୁହାଁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଅଧିକ ରହୁଛି। ତେଣୁ ରାଜଧାନୀରେ ଟିକାକରଣ ବଢାଇବା ପାଇଁ ଜୟ ଓଡ଼ିଶା ଉଦ୍ୟମ ଆରମ୍ଭ କରିଛି।

Latest Posts

Don't Miss