ଚେନ୍ନାଇ: ତାମିଲ ଅଭିନେତା ସୁରିଆ ତେଜଙ୍କ ‘ଜୟ ଭୀମ’ ରିଲିଜ ହେବା ପରଠାରୁ ଲଗାତାର ବିବାଦ ଘେରରେ ରହିଛି। ନଭେମ୍ବର ୨ରେ ଆମାଜନ ପ୍ରାଇମ ଭିଡିଓରେ ଏହି ଫିଲ୍ମ ମୁକ୍ତିଲାଭ କରିଥିଲା। ଦର୍ଶକ ମାନେ ‘ଜୟ ଭୀମ’କୁ ଖୁବ୍ ପସନ୍ଦ କରୁଥିବାବେଳେ ଗୋଟିଏ ସମ୍ପ୍ରଦାୟ ଏହାର ବିରୋଧ କରିଛି। ଫିଲ୍ମର ଦୃଶ୍ୟକୁ ନେଇ ଆରମ୍ଭ ହୋଇଥିବା ବିବାଦ ଚଳଚ୍ଚିତ୍ର ରିଲିଜ୍ ହେବାର ୨ସପ୍ତାହ ପରେ ଥମୁନାହିଁ। ଫିଲ୍ମକୁ ନେଇ ଅଭିନେତା ସୁରିଆଙ୍କୁ ମଧ୍ୟ ଧମକ ମିଳିବାରେ ଲାଗିଛି। ଫଳରେ ସୁରକ୍ଷାକୁ ନେଇ ପାଞ୍ଚ ଜଣ ପୋଲିସ ଅଧିକାରୀ ଟି ନଗରସ୍ଥିତ ସୂରିୟାଙ୍କ ବାସଭବନ ବାହାରେ ମୁତୟନ ହୋଇଛନ୍ତି।
ଫିଲ୍ମକୁ ନେଇ ସୂରିୟା ଓ ତାଙ୍କ ଟିମକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଲଗାତାର ଧମକ ଦିଆଯାଉଛି। ନିକଟରେ ବନିୟର୍ ସଙ୍ଗମଙ୍କ ଦ୍ୱାରା ପଠାଯାଇଥିବା ନାେଟିସରେ ଫିଲ୍ମର କିଛି ଦୃଶ୍ୟ ହଟାଇବା ଓ ଇରୁଲାର ସମ୍ପ୍ରଦାୟର ଲୋକଙ୍କୁ କ୍ଷମା ମାଗିବା ସହ ସାତ ଦିନ ମଧ୍ୟରେ ୫କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କୁହାଯାଇଛି। ଏହି ନୋଟିସ୍ ବନିୟାର ସଙ୍ଗମର ପ୍ରଦେଶ ଅଧ୍ୟକ୍ଷଙ୍କ ପକ୍ଷରୁ ଫିଲ୍ମର ଅଭିନେତା ସୂରିୟାଙ୍କ ସହିତ ଜ୍ୟୋତିିକା, ଆମାଜନ୍ ପ୍ରାଇମ୍ ଭିଡିଓ ଏବଂ ‘ଜୟ ଭୀମ’ର ନିର୍ଦ୍ଦେଶକ ଟିଜେ ଗ୍ନାନୱେଲଙ୍କୁ ପଠାଯାଇଛି |
ஒவ்வொரு தாக்குதல்களும் எங்களை ஆவேசப்படுத்தும் அரசியல்படுத்தும் ஒரு போதும் அச்சப்படுத்தாது..- புரட்சியாளர் டாக்டர் அம்பேத்கர்..💙#WeStandWithSuriya #JaiBhim #ஜெய்பீம்@beemji @Suriya_offl pic.twitter.com/BwrZKmD5t6 pic.twitter.com/jUkvpPalfx
— 🇻🇮🇬🇳🇪🇸🇭 🅺🆄🅼🅰🆁 (@kumar_mmp) November 15, 2021
ହେଲେ ଏଭଳି କରିବାକୁ ସୂରିୟା ସଫାସଫା ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତାମାନେ ଚଳଚ୍ଚିତ୍ର ମାଧ୍ୟମରେ ଯେକୗେଣସି ବାର୍ତ୍ତା ଦେବାକୁ ସ୍ୱାଧୀନତା ପାଇଛନ୍ତି। ତେବ ଚଳଚ୍ଚିତ୍ରରେ କୗେଣସି ବ୍ୟକ୍ତି କିମ୍ବା ସମ୍ପ୍ରଦାୟକୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ ବୋଲି ସୂରିଆ ଏକ ବିବୃତ୍ତି ଜାରି କରି କହିଛନ୍ତି। ତାଙ୍କ ଟୁଇଟ୍ ପରେ ‘ଜୟ ଭୀମ’ ଟିମକୁ ସମର୍ଥନ କରିବା ପାଇଁ ଅନେକ ସେଲିବ୍ରିଟି ଓ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ ସମର୍ଥନ ଜଣାଇଛନ୍ତି ।

