ଦିଦିଙ୍କ ସହ ‘ଆଳୁ’ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗୁନି

1 min read

ପୁରୀ: ରାଜ୍ୟରେ ତିନି ସପ୍ତାହ ହେଲା ଆଳୁ ସଙ୍କଟ ଲାଗି ରହିଛି । ରାଜ୍ୟ ସରକାର ଏହାର ସମାଧାନ କରିପାରିନାହାନ୍ତି । ନା ମାର୍କେଟରେ ପର୍ଯ୍ଯାପ୍ତ ଆଳୁ ମିଳୁଛି ନା ଠିକ୍ ରେଟରେ ମିଳୁଛି । କେଉଁ ଜିଲ୍ଲାରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି ତ କେଉଁଠି ଦର ୮୦ ପାର କରିଯାଇଛି । ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ସେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଓଡ଼ିଶାକୁ ଆଳୁ ପଠାଇବା ନେଇ ଆଲୋଚନା କରିବେ ବୋଲି କହିଛନ୍ତି ।

ଜଗୁନି କହିଛନ୍ତି- ଖୁବ୍ ଶୀଘ୍ର ଆଳୁ ସଂକଟ ଦୂର ହେବ । ରାଜ୍ୟ ସରକାର ଓ ପଶ୍ଚିମବଙ୍ଗ ସରକାର ଭିତରେ ସମନ୍ବୟ ରଖି ବ୍ୟବସାୟ କରିବା ସହ ମନୋମାଳିନ୍ଯ ଦୂର କରି ପୁଣି କାରବାର କରିବାକୁ କଥା ହେବି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବହୁତ ଭଲ ପାଆନ୍ତି । ଖୁବ୍ ଶୀଘ୍ର ଚନ୍ଦ୍ରମୁଖୀ ଆଳୁ ଓଡ଼ିଶାରେ ପହଞ୍ଚିବ ।