ଗୁଡ଼ ଏବଂ ଲେମ୍ବୁରେ ପ୍ରସ୍ତୁତ ଏହି ଡ୍ରିଙ୍କ୍ ସାହାଯ୍ୟରେ ହ୍ରାସ କରନ୍ତୁ ଓଜନ, ରହିଛି ଅନେକ ଉପକାରୀ ଗୁଣ
ବର୍ତ୍ତମାନ ଆମେ ଅନେକ ଦିନ ହେବ ଘରୁ ବାହାରକୁ ଯାଇ ନାହାନ୍ତି କି ବାହାର ଖାଦ୍ୟ ଖାଇ ନାହାନ୍ତି ତଥାପି ଆମ ଓଜନ କମିବାର ନାଁ ଧରୁନି । ଅନେକ ଲୋକ ପଚାରନ୍ତି ଯେ ଘରେ ଖାଦ୍ୟର ଲୋଭକୁ କିପରି ନିୟନ୍ତ୍ରଣ କରାଯାଇପାରିବ | ତେବେ ଯଦି ଆପଣ ବିନା ଜିମ୍ ସାହାଯ୍ୟରେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି କିମ୍ବା ଚର୍ବିରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଏହି ପୋଷ୍ଟକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ | ଯଦି ଓଜନ ହ୍ରାସ ହେଉଛି ଆପଣଙ୍କ ଲକ୍ଷ୍ୟ, ତେବେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ପାନୀୟ ବିଷୟରେ କହୁଛୁ ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।
ଏହି ପାନୀୟରେ କଣ ରହିଛି ବିଶେଷ ?
ଏହି ପାନୀୟର ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗୁଡ଼ ଏବଂ ଲେମ୍ବୁ । ଏହି ଦୁଇଟି ଜିନିଷ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସହଜରେ ମିଳିବ । ଗୁଡ଼ ଏବଂ ଲେମ୍ବୁରେ ବିଭିନ୍ନ ଉପାଦାନ ଥାଏ ଯାହା ଶରୀରକୁ ଉପକାର ଦେଇଥାଏ | ଖାଇବା ପରେ ନିଜ ଡାଏଟରେ ଗୁଡ଼ ମିଶାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧିପାଇଥାଏ । ଏହା ଦ୍ୱାରା, ଆପଣଙ୍କ ପେଟରେ ଜମା ହୋଇଥିବା ଚର୍ବି ଶୀଘ୍ର ହ୍ରାସ ପାଇବ । ଏହା ସହିତ ଲେମ୍ବୁ ପାନି କିମ୍ବା ଲେମ୍ବୁ ରସ ଚର୍ମ ପାଇଁ କେଉଁ ଚମତ୍କାରଠାରୁ କମ୍ ନୁହେଁ । ଶରୀରରେ ଥିବା ମଇଳା କିମ୍ବା ବିଷାକ୍ତ ପଦାର୍ଥକୁ ବାହାର କରି ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଗୁଡ଼ ଏବଂ ଲେମ୍ବୁକୁ ମିଶାଇବାର ଫାଇଦା
ଆପଣଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ ହେଉଥିବା ଏହି ଦୁଇଟି ଜିନିଷକୁ ଯେତେବେଳେ ମିଶାଯାଏ ସେତେବେଳେ ଆପଣଙ୍କ ଶରୀରକୁ ଭିଟାମିନ ସି ଏବଂ ପାଣି ଦୁହେଁ ମିଳିଥାନ୍ତି । ଓଥିରେ ଜିଙ୍କ ଏବଂ ଆଣ୍ଟି ଅକ୍ସିଡାଣ୍ଡ ଗୁଣ ମଧ୍ୟ ରହିଛି । ଚିନି ବଦଳରେ ଗୁଡ଼ ଖାଇବା ଅନେକ ଲାଭଦାୟକ । ଏଥିରେ କ୍ୟାଲୋରୀ ହ୍ରାସ ପାଇବା ସହ ଶରୀରର ଅମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି କରିଥାଏ । ଗୁଡ଼ ଏବଂ ଲେମ୍ବୁ ପାଣି ସେବନ ଦ୍ୱାରା ଆପଣଙ୍କ ପାଚକ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ ଏବଂ ଶ୍ୱାସକ୍ରିୟା ମଧ୍ୟ ଭଲ ରହିଥାଏ ।
କେମିତି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ
ଏହି ଡ୍ରିଙ୍କକୁ ପ୍ରସ୍ତୁତ କରିବା ପାଇଁ ହାଲକା ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ସହ ଗୁଡ଼ ମିଶାନ୍ତୁ । ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାର ସେପର୍ଯ୍ୟନ୍ତ ମିଶାନ୍ତୁ ଯେପର୍ଯ୍ୟନ୍ତ ଗୁଡ଼ ପାଣି ସହ ଭଲ ଭାବରେ ମିଶିନଯାଏ । ଏହା ପରେ ଏହି ପାନୀୟକୁ ସକାଳୁ ଖାଲିପେଟରେ ପିଅନ୍ତୁ । ଅଧିକ ଗରମ ଦିନରେ ଏହି ମିଶ୍ରମଣରେ ଆପଣ ପୁଦିନା ପତ୍ର ମିଶାଇ ପାରନ୍ତି । ଏହା ଆପଣଙ୍କ ପେଟକୁ ଥଣ୍ଡା ରଖିବ ।