spot_img

Latest Posts

ପଶ୍ଚିମବଙ୍ଗରେ ଆତଙ୍କର ସାମ୍ରାଜ୍ୟ ଗଢ଼ୁଛି ଅଲ-କାଏଦା, ବିଭିନ୍ନ ସ୍ଥାନରେ ଖୋଲୁଛି ବୋମା ତିଆରି କାରଖାନା

ନୂଆଦିଲ୍ଲୀ: ଆତଙ୍କର ଅନ୍ୟ ନାମ ହେଉଛି ଅଲ କାଏଦା। ସାରା ବିଶ୍ୱରେ ଏହି ସଂଗଠକ ଭୟର ଆତଙ୍କ ଖେଳାଇଛି। ଏହି ଆତଙ୍କବାଦୀ ସଂଗଠନକୁ ରୋକିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଇଛି। ଏବେ ଆତଙ୍କର ଆଖିରେ ରହିଛି ପଶ୍ଚିମବଙ୍ଗ। ପଶ୍ଚିମ ବଙ୍ଗର ସୁରକ୍ଷା ବ୍ୟବସ୍ଥା ଏବେ ବିପଦରେ ରହିଛି। କାରଣ ଅଲ କାଏଦା ସେଠାରେ ତାର ସାମ୍ରାଜ୍ୟ ଗଢ଼ି ତୋଳିବାକୁ ଚେଷ୍ଟା କରୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଶନିବାର ଦିନ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ରାଜ୍ୟପାଳ ଏନେଇ ନିଜର ମନ୍ତବ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ଅଲ କାଏଦା ଏଠାରେ ବୋମା ତିଆରି କାରଖାନା ଖୋଲିବାରେ ଲାଗିଛି। ପ୍ରଶାସନକୁ ସେଠାରେ ଆଖି ବନ୍ଦ କଣ କରୁଛତ। ଏଭଳତ କହି ଟାର୍ଗେଟ କରିଛନ୍ତି ରହଜ୍ୟପାଳ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ ପଶ୍ଚିମବଙ୍ଗ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବର୍ଷ। କାରଣ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ଏହା ଏକ ଭଲ ସୁଯୋଗ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଏହି ଅଞ୍ଚଳରେ ବହୁ ହିଂସା ଦେଖିବାକୁ ମିଳିଛି। ଯାହାଫଳରେ ଏଠାରେ ଭୋଟରଙ୍କ ମୌଳିକ ଅଧିକାର, ଅମଲାତନ୍ତ୍ରର ଭୂମିକା ଏବଂ ପୋଲିସର କର୍ତ୍ତବ୍ୟ କ୍ଷୁର୍ଣ୍ଣ ହେଉଛି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଧନଖଡ଼ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଗଦୀପ ଧନଖଡ଼ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।

ଜଗଦୀପ ଧନଖଡ଼ ନିକଟ ଅତୀତରେ ମମତା ବାନାର୍ଜୀ ସରକାରଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟପାଳ ଧନକର କ୍ରମାଗତ ଭାବରେ ମମତା ସରକାରଙ୍କୁ ଘେରି ରହିଛନ୍ତି। ଗତ ବର୍ଷ ଯେତେବେଳେ କୋଲକାତାରେ ବିଜେପି ସଭାପତି ଜେପି ନଡାଙ୍କ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ସେ କହିଥିଲେ ଯେ ଯେତେବେଳେ ରାଜ୍ୟରେ ଗଣତନ୍ତ୍ର ଅସୁବିଧାରେ ପଡ଼େ, ସେତେବେଳେ ସେ ଏକ ରବର ଷ୍ଟାମ୍ପ ହୋଇ ରହିପାରିବେ ନାହିଁ।

Latest Posts

Don't Miss