ଯୁବତୀ ଜଣଙ୍କ ଡାକୁଛନ୍ତି ବୋଲି କବାଟ ଖୋଲିଲେ, ବନ୍ଧୁକ ଦେଖାଇ ସବୁ ଲୁଟିନେଲେ

1 min read

ଜଗତସିଂହପୁର: ତିର୍ତ୍ତୋଲରେ ଲେଡି ଲୁଟେରାଙ୍କ ଆତଙ୍କ । ଅଧ୍ୟାପକଙ୍କ ଘରୁ ଲୁଟ୍‌ । ସ୍ପଷ୍ଟ ଦିବାଲୋକରେ ମୁଁହରେ କପଡ଼ା ଗୁଡ଼ାଇ ଜଣେ ଅଧ୍ୟାପକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଛନ୍ତି‌ । ଜଣେ ଯୁବତୀଙ୍କ ସହ ଆଉ ଜଣେ ଯୁବକ ଅଧ୍ୟାପକଙ୍କ ଘର କବାଟ ବାଡେଇ ସାର ସାର ବୋଲି ଡାକିଲେ । ଯୁବତୀଙ୍କୁ କବାଟ ବାଡେଇବା ଦେଖି ଅଧ୍ୟାପକଙ୍କ ସ୍ତ୍ରୀ କବାଟ ଖୋଲି ଥିଲେ । ସେମାନେ ସାଙ୍ଗେ ସାଙ୍ଗେ ଘରେ ପଶିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଏକୁଟିଆ ଥିବା ଅଧ୍ୟାପକଙ୍କ ସ୍ତ୍ରୀଙ୍କ ବେକ ଓ କାନରୁ ସମସ୍ତ ସୁନା ଗହଣା ଲୁଟି ନେଇଥିଲେ ।

ଏଥିସହ ଗୋଡ଼ ହାତ ବାନ୍ଧି ଆଲମିରାରୁ ୧୩ ହାଜର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି । ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତା କଡରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଗତସିଂହପୁର ଜିଲ୍ଲା ମହିଳା କଲେଜରେ ଅଧ୍ୟାପକ ଥିବା ବିଭୂତିଭୂଷଣ ଦାସ ତିର୍ତ୍ତୋଲ କେନାଲ ଛକ ନିକଟରେ ଭଡାଘରେ ରହିଆସୁଥିଲେ । ଅଧ୍ୟାପକ କୌଣସି କାମରେ ରାହାମା ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ତିର୍ତ୍ତୋଲ ଥାନା ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ପୋଲିସ