ଜଗତସିଂହପୁର ଜିଲ୍ଲାରେ ପ୍ରଚାର ମଇଦାନକୁ ଓହ୍ଲାଇଛି ବିଜେଡି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରଚାର ମଇଦାନକୁ ଓହ୍ଲାଇଛି ବିଜେଡି ।  ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ଏବଂ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ପ୍ରଚାର କରିଛନ୍ତି । କଇଜଙ୍ଗା କନକଦୁର୍ଗା ଠାକୁରାଣୀଙ୍କ ନିକଟରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗ୍ରହଣରେ ପଦଯାତ୍ରା କରିଛନ୍ତି ଦୁଇ ପ୍ରାର୍ଥୀ ।  ହଜିପୁର,ମହତାବ ଛକ,ବିରିଡି ସହ ଏକାଧିକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଭୋଟ୍ ଭିକ୍ଷା କରିଛନ୍ତି । ଶାରଳା ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶିଷ ମାଗିଛନ୍ତି ପ୍ରାର୍ଥୀ । ଏହି ଅବସରରେ ଉଭୟଙ୍କୁ କର୍ମୀମାନେ ସମ୍ବର୍ଦ୍ଧିତ କରିଥିଲେ । ରେକର୍ଡ ଭୋଟ ବ୍ଯବଧାନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ସହ ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ କର୍ମୀମାନେ ସଂକଳ୍ପ ନେଇଛନ୍ତି ।