ମହାପ୍ରସାଦ ମାନ ଯାଞ୍ଚ ନେଇ ଅସନ୍ତୋଷ ପ୍ରକାଶ କଲେ ଭକ୍ତ ଓ ଜଗନ୍ନାଥ ପ୍ରେମୀ

1 min read

ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପରେ ଏହାର ମାନ ଯାଞ୍ଚ ହେବ । ମାନ ପରୀକ୍ଷା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତ ହେବେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୟାନ ପରେ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରାଯାଇଛି । ମହାପ୍ରସାଦର ମାନ ଯାଞ୍ଚ ନିଷ୍ପତ୍ତି ହେଉଛି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ବିରୋଧୀ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଆଦୌ ଗ୍ରହଣ କରାଯିବ ନାହିଁ l ଶ୍ରୀମନ୍ଦିର ରୋଷ ଘରେ ପ୍ରସାଦ ପ୍ରସ୍ତୁତି ପରେ ଏହା ମହାପ୍ରଭୁଙ୍କ ଠାରେ ଲାଗି ହୋଇଥାଏ ।

ଏହି ପ୍ରସାଦ ଶ୍ରୀମହାପ୍ରସାଦରେ ପରିଣତ ହୋଇଯାଏ । ମହାପ୍ରଭୁଙ୍କ ମହାପ୍ରସାଦ କାଣିଚାଏ ମିଳିଗଲେ ମହାପୂଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ମହାପ୍ରସାଦ ହେଉଛି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ଭକ୍ତିର ପ୍ରତୀକ । ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ମହାପ୍ରସାଦର ମାନ ଯାଞ୍ଚ ନେଇ ଚିନ୍ତା କରିବା ମହାପାପ ।

ତେଣୁ ମହାପ୍ରସାଦର ମାନ ଭଲ ରହିବା ପାଇଁ ମହାପ୍ରସାଦ ପ୍ରସ୍ତୁତି ପୂର୍ବରୁ ଶ୍ରୀମନ୍ଦିରକୁ ଯାଉଥିବା ଚାଉଳ, ପନିପରିବା, ଘିଅ ଏବଂ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚକୁ କଡ଼ାକଡ଼ି କରାଯାଉ । ସେହିପରି ମହାପ୍ରସାଦର ମାନ ଯାଞ୍ଚକୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଭକ୍ତ ମଧ୍ୟ ବିରୋଧ କରୁଛନ୍ତି ।