ଇଂଲଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ରୋମ୍: ଇଂଲଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର । ଏଥିପାଇଁ ସହାୟତା ଯୋଗାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୟୁରୋପର ୧୨ଟି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଲୋଚନାରେ ସାମିଲ ହୋଇଥିଲେ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବଂ ଆବାସିକ କମିଶନର ।
ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ରୋମ୍ ଗସ୍ତରେ ଥିବା ବେଳେ ପୋପଙ୍କୁ ଭେଟିଛନ୍ତି । ପୋପଙ୍କୁ ଭେଟିବାରେ ସେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ପୋପଙ୍କୁ ରଘୁରାଜପୁରର ପଟ୍ଟଚିତ୍ର ଭେଟି ଦେଇଥିଲେ ।