spot_img

Latest Posts

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ପାରିତ ହେବ ଐତିହ୍ୟ କରିଡରର ଚୂଡାନ୍ତ ରୂପରେଖ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  । ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ  । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କନଓ୍ବର ବିଶାଲ ସିଂ ଙ୍କ ସମେତ ୧୮ ସଦସ୍ୟ ଉପସ୍ଥିତ ଅଛନ୍ତି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ଚାଲିଥିବା ଜଣାପଡିଛି ।

ଏହି ବୈଠକରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡାନ୍ତ ରୂପରେଖ ପାରିତ ହେବ । ବୈଠକ ପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୁଡାନ୍ତ ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଛି । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ନେତୃତ୍ୱରେ ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ନକ୍ସାକୁ ନେଇ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି।

ଏହାସହ ଏନଏମଏର ପ୍ରସ୍ତାବିତ ବାଇଲ ଉପରେ ଆସିବ ନିନ୍ଦା ପ୍ରସ୍ତାବ  । କରୋନା କଟକଣା ପାଇଁ ବନ୍ଦ ରହିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ମଧ୍ୟ ଆଲୋଚନା ହୋଇପାରେ  । ପୌଷପୂର୍ଣ୍ଣିମା ଓ ସୂନାବେଶ ନିତିବିଶୃଙ୍ଖଳା ନେଇ ହେବ ଆଲୋଚନା  । ଏଥିସହ ପୂର୍ବ ପରିଚାଳନା କମିଟିର ବିବରଣୀ ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ମିଳିଛ  ।

Latest Posts

Don't Miss