ଜେରା ହେବେ ଜାକଲିନ୍; ୨୧୫ କୋଟି ମନିଲଣ୍ଡରିଂ ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ହେବେ ହାଜର

1 min read

ମୁମ୍ବାଇ: ୨୧୫ କୋଟି ମନିଲଣ୍ଡରିଂ ମାମଲାରେ ଆଜି ଦିଲ୍ଲୀ ପୋଲିସ ନିକଟରେ ହାଜର ହେବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ମାଷ୍ଟରମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ ଅର୍ଥ କାରବାର ମାମଲାରେ ଜାକଲିନଙ୍କୁ ଜେରା କରିବ ଦିଲ୍ଲି ପୋଲିସ। ଏ ନେଇ ଜାକଲିନଙ୍କୁ ସମନ କରାଯାଇଥିବା ବେଳେ ଆଜି ସେ ହାଜର ହୋଇପାରନ୍ତି।

ଜାକଲିନଙ୍କୁ ଜେରା ପାଇଁ ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ପୋଲିସ । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ କ’ଣ? ତାଙ୍କଠାରୁ କ’ଣ ସବୁ ଦାମୀ ଗିଫ୍ଟ ନେଇଥିଲେ? କେତେଥର ସୁକେଶଙ୍କୁ ଭେଟିଥିଲେ ? ଫୋନରେ କେତେଥର କଥା ହୋଇଛନ୍ତି? ଏ ସବୁ ପ୍ରଶ୍ନର ଉତ୍ତର ମାଗିବ ଇଓଡବ୍ଲୁ । ସୁକେଶଙ୍କ ସହ ଜାକଲିନଙ୍କୁ ପରିଚୟ କରାଇଥିବା ପିଙ୍କି ଇରାନୀ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଆଜି ଜେରା କରାଯିବ । ଜାକଲିନ ଓ ପିଙ୍କିଙ୍କୁ ଫେସ୍ ଟୁ ଫେସ ଜେରା କରିବ ପୋଲିସ।

ପୂର୍ବରୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଜାକଲିନଙ୍କୁ ଦୁଇ ଥର ସମନ କରିଥିଲେ ସେ ହାଜର ହୋଇ ନଥିଲେ । ଏହି ଠକେଇ ମାମଲାରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନୋରା ଫତେହୀଙ୍କୁ ଜେରା କରିଥିଲା EOW । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶ ଚନ୍ଦ୍ରଶେଖରଙ୍କୁ ଗିରଫ କରିଥିଲା । ଜ୍ୟାକଲିନଙ୍କୁ ସୁକେଶ ୫ କୋଟି ଟଙ୍କାର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।